ଘୁଞ୍ଚିଲା ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଆବେଦନ ଶୁଣାଣି
ଭୁବନେଶ୍ୱର : ଜେଲ ଗଲେ ପ୍ରଯୋଜକ ଟୁଟୁ ନାୟକ I ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ତାଙ୍କର ଜାମିନ ଆବେଦନ ଶୁଣାଣି ପୁଣି ଘୁଞ୍ଚିଲା I ୮ ତାରିଖରେ ହେବ ଜାମିନ ଆବେଦନର ଶୁଣାଣି । ଗତ ଶନିବାର ଜାମିନ ଆବେଦନ ଶୁଣାଣୀକୁ ସଂରକ୍ଷିତ ରଖିଥିଲେ କୋର୍ଟ । SDJM କୋର୍ଟରେ ଜାମିନ ନେଇ ପୁନଃ ଶୁଣାଣି ହେବ । ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ଗିରଫ ହୋଇ ଜେଲ୍ରେ ଅଛନ୍ତି ପ୍ରଯୋଜକ ଟୁଟୁ ନାୟକ। ତାଙ୍କର […]
ଭୁବନେଶ୍ୱର : ଜେଲ ଗଲେ ପ୍ରଯୋଜକ ଟୁଟୁ ନାୟକ I ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ତାଙ୍କର ଜାମିନ ଆବେଦନ ଶୁଣାଣି ପୁଣି ଘୁଞ୍ଚିଲା I ୮ ତାରିଖରେ ହେବ ଜାମିନ ଆବେଦନର ଶୁଣାଣି । ଗତ ଶନିବାର ଜାମିନ ଆବେଦନ ଶୁଣାଣୀକୁ ସଂରକ୍ଷିତ ରଖିଥିଲେ କୋର୍ଟ । SDJM କୋର୍ଟରେ ଜାମିନ ନେଇ ପୁନଃ ଶୁଣାଣି ହେବ ।
ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ଗିରଫ ହୋଇ ଜେଲ୍ରେ ଅଛନ୍ତି ପ୍ରଯୋଜକ ଟୁଟୁ ନାୟକ। ତାଙ୍କର ଅପଡେଟ୍ କେସ୍ଡାଏରୀ ଓ ଟୁଟୁଙ୍କ ପୁରୁଣା ରେକର୍ଡ ଯାଞ୍ଚ କରାଯାଉଛି। ସାମ୍ବାଦିକା ଦେବସ୍ମିତାଙ୍କ ପକ୍ଷରୁ ଆଇନଜୀବୀ ବନ ମହାନ୍ତି ପକ୍ଷ ରଖିଥିଲେ। ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଟୁଟୁ ନାୟକ । ଦଫା ୩୫୪, ୩୪୧, ୩୨୩, ୨୯୪ ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାନୁସାରେ, ଭୁବନେଶ୍ଵରର ଶ୍ରୀୟା ସିନେମା ହଲ୍କୁ ପ୍ରଥା’ ଫିଲ୍ମର ପ୍ରିମିୟର ବେଳେ ଖବର ସଂଗ୍ରହ ପାଇଁ ଯାଇଥିଲେ ମହିଳା ସାମ୍ବାଦିକା ଦେବସ୍ମିତା I ଏହି ସମୟରେ ଟୁଟୁ ତାଙ୍କୁ ମାଡ଼ ମାରିବା ନେଇ ଖାରବେଳନଗର ଥାନାରେ ହୋଇଥିଲା ମାମଲା । ଘଟଣାର ତଦନ୍ତ କରି ଟୁଟୁଙ୍କୁ ଗିରଫ କରିଥିଲା ପୋଲିସ।




