ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି ଠକେଇ କେସରେ ଆଜି ହେବ ଜାମିନ ଶୁଣାଣି

ଭୁବନେଶ୍ୱର : ମହାଠକ ଯୋଡି ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି କେସରେ ଆଜି ହେବ ଜାମିନ ଶୁଣାଣି। ଗତ ୧୩ ତାରିଖ ଦିନ ଏହି କେସର ଜାମିନ ଶୁଣାଣି ଥିବାବେଳେ ପୋଲିସ କୋର୍ଟରେ କେସ ଡାଏରି ଦାଖଲ କରିନଥିଲା। ଯେଉଁଥିପାଇଁ ଘୁଞ୍ଚିଥିଲା ଜାମିନ ଶୁଣାଣି। ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଗୁରୁବାର ଜାମିନ ଆବେଦନର ଶୁଣାଣି କରିବେ ଏଡିଜେ-୨ କୋର୍ଟ । ଅନ୍ୟପଟେ ଝାରପଡ଼ା ଜେଲ୍‌ରେ ଉଭୟଙ୍କୁ ଜେରା କରିବାକୁ ଆୟକର […]

Samaya Live Picture
Published On

ଭୁବନେଶ୍ୱର : ମହାଠକ ଯୋଡି ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି କେସରେ ଆଜି ହେବ ଜାମିନ ଶୁଣାଣି। ଗତ ୧୩ ତାରିଖ ଦିନ ଏହି କେସର ଜାମିନ ଶୁଣାଣି ଥିବାବେଳେ ପୋଲିସ କୋର୍ଟରେ କେସ ଡାଏରି ଦାଖଲ କରିନଥିଲା। ଯେଉଁଥିପାଇଁ ଘୁଞ୍ଚିଥିଲା ଜାମିନ ଶୁଣାଣି।

ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଗୁରୁବାର ଜାମିନ ଆବେଦନର ଶୁଣାଣି କରିବେ ଏଡିଜେ-୨ କୋର୍ଟ । ଅନ୍ୟପଟେ ଝାରପଡ଼ା ଜେଲ୍‌ରେ ଉଭୟଙ୍କୁ ଜେରା କରିବାକୁ ଆୟକର ବିଭାଗ ତରଫରୁ ଆବେଦନ କରାଯାଇଛି। ଏଡିଜେ-୨ କୋର୍ଟ ଉଭୟ ଆବେଦନର ଶୁଣାଣି କରିବେ ।

ନିଜ ନିଜର ପକ୍ଷ ରଖିବାକୁ ସେମାନଙ୍କୁ ସୁଯୋଗ ଦେବ ଆୟକର ବିଭାଗ। ଏଥିପାଇଁ ଏକ ସ୍ପେଶାଲ ଟିମ ଗଠନ କରିଛି ଆୟକର ବିଭାଗ। କେସର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ କଟକ ଟିମ ଏହାର ତଦନ୍ତ ଭାର ନେବ। କାରଣ ଝାଡ଼ଖଣ୍ଡ ବୋକାରୋରେ ଠକେଇ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ଆଇଟି। ସେପଟେ ବ୍ରହ୍ମେଶ୍ୱର ପାଟଣାରେ ଏକ ଜମି ପୋଜେସନ କେସରେ ମଧ୍ୟ ହଂସିତା ଓରଫ ବିଷ୍ଣୁପ୍ରିୟା ଚାନ୍ଦଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ସ୍ପେଶାଲ କ୍ରାଇମ ୟୁନିଟ ମଧ୍ୟ ତଦନ୍ତକୁ ବ୍ୟାପକ କରିବା ସହ ଏକାଧିକ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରିଛି।ଖବର

ସୂଚନାନୁସାରେ, ବିଭିନ୍ନ ଲୋକଙ୍କୁ ଠକେଇ ଅଭିଯୋଗରେ କମିଶନରେଟ୍‌ ପୋଲିସ ହାତରେ ବନ୍ଧା ହୋଇଥିଲେ ହଂସିତା ଏବଂ ତାଙ୍କ ସହଯୋଗୀ । ତେବେ ହଂସିତା ଗିରଫ ପରେ ଅନେକ ଗୁମର ଖୋଲିଥିଲା । ଏପିରିକି ଲଗାତର ୪ ଦିନ ଧରି ଆୟକର ବିଭାଗ ଏବଂ ପୋଲିସ ହଂସିତା ଏବଂ ଅନିଲଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଥିଲେ । ଏହି ଚଢାଉରେ ପୋଲିସ ଏବଂ ଆୟକର ବିଭାଗ ଟିମ୍‌କୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା

Tags: