ଆସନ୍ତା କାଲି ଭଙ୍ଗାଯିବ ବୈକୁଣ୍ଠ ଧାମ ଆଶ୍ରମ
ଭୁବନେଶ୍ୱର : ଆସନ୍ତାକାଲି ଭଙ୍ଗା ଯିବ ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମ । ଗୁରୁବାର ଏନେଇ ଡ଼ାକବାଜି ଯନ୍ତ୍ର ଯୋଗେ ବିଡ଼ିଏ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ସରକାରୀ ଜମିରେ ବେନିୟମ ଭାବେ ବୈକୁଣ୍ଠଧାମ ତିଆରି ହୋଇଥିବା ବିଡ଼ିଏ ପକ୍ଷରୁ କୁହାଯାଇଛି । ହାଇକୋର୍ଟଙ୍କୁ ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତ କରିଥିଲେ କର୍ତ୍ତୃପକ୍ଷ। ନିକଟରେ ହାଇକୋର୍ଟ ଦେଇଥିବା ରହିତାଦେଶ ହଟାଇ ଦେଇଥିଲେ। ପୂର୍ବରୁ ଆଶ୍ରମ ଭାଙ୍ଗିବା ପାଇଁ ବିଡିଏ ନିର୍ଦେଶ ଦେଇଥିଲେ । ହେଲେ […]
ଭୁବନେଶ୍ୱର : ଆସନ୍ତାକାଲି ଭଙ୍ଗା ଯିବ ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମ । ଗୁରୁବାର ଏନେଇ ଡ଼ାକବାଜି ଯନ୍ତ୍ର ଯୋଗେ ବିଡ଼ିଏ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ସରକାରୀ ଜମିରେ ବେନିୟମ ଭାବେ ବୈକୁଣ୍ଠଧାମ ତିଆରି ହୋଇଥିବା ବିଡ଼ିଏ ପକ୍ଷରୁ କୁହାଯାଇଛି । ହାଇକୋର୍ଟଙ୍କୁ ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତ କରିଥିଲେ କର୍ତ୍ତୃପକ୍ଷ। ନିକଟରେ ହାଇକୋର୍ଟ ଦେଇଥିବା ରହିତାଦେଶ ହଟାଇ ଦେଇଥିଲେ। ପୂର୍ବରୁ ଆଶ୍ରମ ଭାଙ୍ଗିବା ପାଇଁ ବିଡିଏ ନିର୍ଦେଶ ଦେଇଥିଲେ । ହେଲେ କୋର୍ଟ ଏହା ଉପରେ ରହିତାଦେଶ କରିଥିଲେ। ଏହାପରେ ଆଜି ପୁର୍ନବାର ବିଡିଏ ଆଶ୍ରମ ଭାଙ୍ଗିବା ପାଇଁ ନିର୍ଦେଶ ଦେଇଛନ୍ତି। ତେଣୁ ଯେଉଁମାନେ ଆଶ୍ରମ ଭିତରେ ରହିଛନ୍ତି କିମ୍ବା ସେମାନଙ୍କର ଜିନିଷ ପତ୍ର ରହିଛି , ତାହା ବାହାରକୁ ବାହାର କରିବାକୁ କୁହାଯାଇଛି। ନଚେତ୍ ଉଚ୍ଛେଦ ସମୟରେ କୌଣସି ଦୁର୍ଘଟଣା ଘଟିଲେ ସେଥିପାଇଁ ସରକାର ଏବଂ ବିଡ଼ିଏ ଦାୟୀ ରହିବେ ନାହିଁ ବୋଲି ଘୋଷଣା କରାଯାଇଛି । ଦିନ ୧୨ଟା ସୁଦ୍ଧା ଉଚ୍ଛେଦ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଘୋଷଣା କରାଯାଇଛି
ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୧୮ ତାରିଖରେ ସାଧାରଣ ପ୍ରଶାସନ, ବିଡିଏ ଓ ଭୁବନେଶ୍ୱର ତହସିଲର ମିଳିତ ଟିମ୍ ଶ୍ରୀ ବୈକୁଣ୍ଠଧାମ ଆଶ୍ରମରେ ୨ ଘଣ୍ଟା ଧରି ମାପଚୁପ କରିଥିଲା । ପାଖାପାଖି ୮ କୋଟି ଟଙ୍କା ମୂଲ୍ୟର ସରକାରୀ ଜମିରେ ବେଆଇନ ମଣ୍ଡପ, କୋଠା ଆଉ ରୋଷଶାଳା ନିର୍ମାଣ ହୋଇଥିବା ଦର୍ଶାଇଥିଲା ।




