ବାହାନଗା ଟ୍ରେନ ଟ୍ରାଜେଡି ,ଆଜି ହାଜର ହେବେ ଷ୍ଟେସନ ମାଷ୍ଟର

ବାଲେଶ୍ୱର : ଆଜି ସିବିଆଇ କାର୍ଯ୍ୟାଳୟରେ ହାଜର ହେବେ ବାହାନଗା ଷ୍ଟେସନ ମାଷ୍ଟର୍‌‌ I ଷ୍ଟେସନ ମାଷ୍ଟର ହାଜର ହେବା ପରେ ତାଙ୍କୁ ଦୁର୍ଘଟଣା ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ଦିଗକୁ ନେଇ ଜେରା କରାଯିବ। ଏହା ପୂର୍ବରୁ ବାହାନଗା ଷ୍ଟେସନର ୪ କର୍ମଚାରୀଙ୍କୁ କରାଯାଇଛି ଜେରା I ଏହି ଲୋମହର୍ଷଣ କାରୀ ଘଟଣା ସମୟରେ ଉକ୍ତ କର୍ମଚାରୀ ମାନେ କଣ କରୁଥିଲେ ସେ ବିଷୟରେ ସିବିଆଇ ଖୋଳତାଡ଼ କରୁଛି I ବାହାନଗା ସିରିଜ ଟ୍ରେନ ଦୁର୍ଘଟଣାରେ ୭ ତାରିଖରେ […]

Samaya Live Picture
Published On

ବାଲେଶ୍ୱର : ଆଜି ସିବିଆଇ କାର୍ଯ୍ୟାଳୟରେ ହାଜର ହେବେ ବାହାନଗା ଷ୍ଟେସନ ମାଷ୍ଟର୍‌‌ I ଷ୍ଟେସନ ମାଷ୍ଟର ହାଜର ହେବା ପରେ ତାଙ୍କୁ ଦୁର୍ଘଟଣା ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ଦିଗକୁ ନେଇ ଜେରା କରାଯିବ। ଏହା ପୂର୍ବରୁ ବାହାନଗା ଷ୍ଟେସନର ୪ କର୍ମଚାରୀଙ୍କୁ କରାଯାଇଛି ଜେରା I ଏହି ଲୋମହର୍ଷଣ କାରୀ ଘଟଣା ସମୟରେ ଉକ୍ତ କର୍ମଚାରୀ ମାନେ କଣ କରୁଥିଲେ ସେ ବିଷୟରେ ସିବିଆଇ ଖୋଳତାଡ଼ କରୁଛି I

ବାହାନଗା ସିରିଜ ଟ୍ରେନ ଦୁର୍ଘଟଣାରେ ୭ ତାରିଖରେ ୩ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରିଥିଲା ସିବିଆଇ Iଅଭିଯୁକ୍ତଙ୍କୁ ରିମାଣ୍ଡର ତୃତୀୟ ଦିନରେ ସୋମବାର ଦିନ ମାରାଥନ୍ ଜେରା କରାଯାଇଛି। ସେମାନେ ହେଲେ ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତି ,ସେକ୍ସନ ଇଂଜିନିୟର ମହମ୍ମଦ ଅମୀର ଖାଁ, ଓ ଟେକନିସିଆନ ପପ୍ପୁ କୁମାର I କର୍ମଚାରୀମାନେ ଦେଇଥିବା ବୟାନକୁ ଆଧାର କରି ଗିରଫ ଅଭିଯୁକ୍ତମାନଙ୍କୁ ଅଲଗା ଅଲଗା ଜେରା କରାଯାଇଥିଲା। ଆଜି ଷ୍ଟେସନ ମାଷ୍ଟରଙ୍କ ସହ ଏହି ୩ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରାଯିବ । ରେଳ ସୁରକ୍ଷା କମିସନର (ସିଆରଏସ୍)ଙ୍କ ରିପୋର୍ଟରେ ଷ୍ଟେସନ ମାଷ୍ଟରଙ୍କ ଅବହେଳାକୁ ମଧ୍ୟ ଦାୟୀ କରାଯାଇଛି। ସେହି ଦିଗରେ ଜେରା କରାଯିବା ସହ ଦୁର୍ଘଟଣାରେ ତାଙ୍କର ଭୂମିକା କ’ଣ ଥିଲା, ତାହା ଯାଞ୍ଚ କରାଯିବ।

ସୂଚନାନୁସାରେ ଗତ ଜୁନ ମାସ ୨ ତାରିଖ ସନ୍ଧ୍ୟା ୭ ଟା ସମୟରେ ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ବଜାରରେ ଘଟି ଯାଇଥିଲା ଛାତିଥରI ରେଳ ଦୁର୍ଘଟଣା I ୧ ନମ୍ବର ପ୍ଳାଫର୍ମ ଏକ ମାଲ ଗାଡି ଠିଆ ହୋଇଥିବା ବେଳେ ,ଲୁପ ଲାଇନରେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ହଠାତ ଟ୍ରାକ ବଦଳାଇ ମାଲ ଗାଡିକୁ ଧକ୍କା ଦେଇ ଆର ପଟ ଲାଇନକୁ ଓଲଟି ପଡିଥିଲା I ସେହି ସମୟରେ ଚେନ୍ନାଇ ରୁ ଆସୁଥିବା ହାୱଡା-ଯଶବନ୍ତପୁର ଟ୍ରେନ ସହିତ ପ୍ରଚଣ୍ଡ ଧକ୍କା ହୋଇଥିଲା I ଏହି ମର୍ମନ୍ତୁଦ ସିରିଜ ରେଳ ଦୁର୍ଘଟଣାରେ ଘଟଣାସ୍ଥଳରେ ୨୮୮ ଜଣଙ୍କର ମୃତ୍ୟୁ ଘଟିବା ସହିତ ୧୫ଶହରୁ ଅଧିକ ଗରୁତର ଆହତ ହୋଇ ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି I ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି I ଏହି ଦୁର୍ଘଟଣା ପରେ ଜୁନ ୫ ତାରିଖରେ ସିବିଆଇକୁ ଦିଆଯାଇଥିଲା ଦୁର୍ଘଟଣାର ତଦନ୍ତ ଭାର । ମାନବୀୟ ତ୍ରୁଟିରୁ ବାହାନଗା ଟ୍ରେନ୍‌ ଦୁର୍ଘଟଣା ହୋଇଥିବା ରେଲେଓ୍ଵ ସେଫଟି କମିଶନର ରିପୋର୍ଟରେ ଉଲ୍ଲେଖ କରିଥିଲେ । ସିଗନାଲ ଓ ଟେଲିକମ୍‌ ବିଭାଗର ତ୍ରୁଟିକୁ ତଦନ୍ତ ରିପୋର୍ଟରେ ଦର୍ଶାଯାଇଥିଲା ।

Tags: