ବାହାନଗା ଟ୍ରେନ୍ ଟ୍ରାଜେଡି:ସିବିଆଇ ତଦନ୍ତ ପାଇଁ ରେଳବାଇ ବୋର୍ଡର ସୁପାରିସ

ନୂଆଦିଲ୍ଲୀ : ବାହାନଗା ସିରିଜ ରେଳ ଟ୍ରାଜେଡିର ତଦନ୍ତ କରିବ ସିବିଆଇ। ଜୁନ ୨ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ I ରେଲୱେ ବୋର୍ଡ ସୁପାରିଶ କରିଛି । ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କେନ୍ଦୀୟ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରବିବାର ସନ୍ଧ୍ୟାରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା? ଏଥି ପାଇଁ କେଉଁମାନେ ଦାୟୀ? ଏହାର […]

Samaya Live Picture
Published On

ନୂଆଦିଲ୍ଲୀ : ବାହାନଗା ସିରିଜ ରେଳ ଟ୍ରାଜେଡିର ତଦନ୍ତ କରିବ ସିବିଆଇ। ଜୁନ ୨ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ I ରେଲୱେ ବୋର୍ଡ ସୁପାରିଶ କରିଛି । ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କେନ୍ଦୀୟ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରବିବାର ସନ୍ଧ୍ୟାରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା? ଏଥି ପାଇଁ କେଉଁମାନେ ଦାୟୀ? ଏହାର ବିସ୍ତୁତ ତଦନ୍ତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।

ଏହାସହ ମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ବୁଧବାର ସକାଳ ସୁଦ୍ଧା ନଷ୍ଟ ହୋଇଥିବା ରେଲ ଲାଇନ୍‌ ମରାମତି କାମ ଶେଷ ହେବ। ଭୁବନେଶ୍ୱର ଏମ୍ସ, ସୋର, କଟକ ବଡ଼ ମେଡିକାଲ, ଭଦ୍ରକ ଡାକ୍ତରଖାନାରେ ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି। ରାଜ୍ୟ ସରକାରମାନଙ୍କ ସହ ମିଶି ଆହତ ଓ ମୃତକଙ୍କ ପରିବାର ସହ ଯୋଗଯୋଗ କରିବାକୁ ପ୍ରୟାସ କରାଯାଉଛି।

ସେ କହିଛନ୍ତି ଯେ ଟ୍ରେନ୍‌ କେଉଁ ଟ୍ରାକ୍‌ରେ ଯିବ, ତାହା ନିର୍ଧାରଣ କରୁଥିବା ଇଂଟରଲକିଂ ସିଷ୍ଟମ୍‌ରେ ପରିବର୍ତ୍ତନ ଯୋଗୁଁ ଦୁର୍ଘଟଣା ଘଟିଛି। ଏଥିପାଇଁ କିଏ ଦାୟୀ ତାହା ଜଣାପଡ଼ିଛି ଏବଂ ସେହି ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ରେଲୱେ ସେଫ୍ଟି କମିସନର ଖୁବ୍‌ଶୀଘ୍ର ତଦନ୍ତ ରିପୋର୍ଟ ଦେବେ। ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ବର୍ତ୍ତମାନ ଆହତଙ୍କ ଉତ୍ତମ ଚିକିତ୍ସା ସହ ନଷ୍ଟ ହୋଇଯାଇଥିବା ରେଳ ଧାରଣକୁ ଠିକ୍‌ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି।

ସୂଚନାନୁସାରେ,ଗତ ଜୁନ ୨ ତାରିଖ ଶୁକ୍ରବାର ଦିନ ବାହାନଗା ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ପରେ ଲୁପ ଲାଇନରେ ମାଲଗାଡ଼ି ସହ ଧକ୍କା ହୋଇଥିଲା। ସେହି ସମୟରେ ଅତିକ୍ରମ କରୁଥିବା ୟଶୱନ୍ତପୁର- ହାଓଡା ଏକ୍ସପ୍ରେସର କିଛି ବଗି କରମଣ୍ଡଳ ସହ ଧକ୍କା ହୋଇଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ୨୭୫ ଜଣଙ୍କ ଜୀବନହାନି ହୋଇଥିବା ବେଳେ ଏକହଜାରରୁ ଅଧିକ ଆହତ ହୋଇଛନ୍ତି।

Tags: