ବାହାନଗା ସିରିଜ ଟ୍ରେନ ଦୁର୍ଘଟଣା :ଷ୍ଟେସନ ମାଷ୍ଟର ଦାୟୀ
ବାଲେଶ୍ୱର : ବାହାନଗା ରେଳ ଦୁର୍ଘଟଣାର ସାଙ୍ଘାତିକ ସତ ପଦାକୁ ଆସିଛି I ସିଗନାଲିଂ ତ୍ରୁଟି ଯୋଗୁ ଘଟିଛି ଏହି ଭୟଙ୍କର ଦୁର୍ଘଟଣା I ଏଥି ପାଇଁ ଷ୍ଟେସନ ମାଷ୍ଟର ଏସ.ବି. ମହାନ୍ତିଙ୍କୁ ଦାୟୀ କରାଯାଇଛି I ରିପୋର୍ଟରେ ସିଗନାଲିଂ ତ୍ରୁଟିରୁ ଦୁର୍ଘଟଣା ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । ସିଗନାଲିଂ ଓ ଟେଲିକମ୍ୟୁନିକେସନ ବିଭାଗର ବିଭିନ୍ନ ସ୍ତରରେ ତ୍ରୁଟି ହୋଇଥିଲା । ଟ୍ରାକରେ କୌଣସି ତ୍ରୁଟି ନଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଇଏଲବି ରିପ୍ଲେସମେଣ୍ଟ ପଦ୍ଧତିରେ […]
ବାଲେଶ୍ୱର : ବାହାନଗା ରେଳ ଦୁର୍ଘଟଣାର ସାଙ୍ଘାତିକ ସତ ପଦାକୁ ଆସିଛି I ସିଗନାଲିଂ ତ୍ରୁଟି ଯୋଗୁ ଘଟିଛି ଏହି ଭୟଙ୍କର ଦୁର୍ଘଟଣା I ଏଥି ପାଇଁ ଷ୍ଟେସନ ମାଷ୍ଟର ଏସ.ବି. ମହାନ୍ତିଙ୍କୁ ଦାୟୀ କରାଯାଇଛି I ରିପୋର୍ଟରେ ସିଗନାଲିଂ ତ୍ରୁଟିରୁ ଦୁର୍ଘଟଣା ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । ସିଗନାଲିଂ ଓ ଟେଲିକମ୍ୟୁନିକେସନ ବିଭାଗର ବିଭିନ୍ନ ସ୍ତରରେ ତ୍ରୁଟି ହୋଇଥିଲା । ଟ୍ରାକରେ କୌଣସି ତ୍ରୁଟି ନଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଇଏଲବି ରିପ୍ଲେସମେଣ୍ଟ ପଦ୍ଧତିରେ ତ୍ରୁଟି ଥିବା କୁହାଯାଇଛି। ଏହାର ଆଧୁନିକୀକରଣ ଉପରେ ରେଳ କର୍ମଚାରୀମାନେ ଗୁରୁତ୍ବ ଦେଇନଥିଲେ। ଏଥିଲାଗି ଏଭଳି ଭୟାବହ ଦୁର୍ଘଟଣା ଘଟିଥିଲା।
ଦୁର୍ଘଟଣା ଆଶଙ୍କା ନେଇ ପୂର୍ବ ଚେତବାଣୀକୁ ଅଣଦେଖା କରାଯାଇ ଥିଲା I ଷ୍ଟେସନ ମାଷ୍ଟର ପୂର୍ବରୁ ସଚେତନ ହୋଇଥିଲେ ଏପରି ଭୟାବହ ଦୁର୍ଘଟଣାକୁ ଏଡାଇ ଦିଆଯାଇ ଥାଆନ୍ତା ବୋଲି ଉଲ୍ଲେଖ କରାଯାଇଛି I ହେଲେ ତାଙ୍କ ସାମ୍ନାରେ ତ୍ରୁଟି ହୋଇଥିଲେ ବି ଅଣଦେଖା କରିଥିଲେ । ସେହିପରି କ୍ରସ୍ଓଭରରେ ବାରମ୍ବାର ଅସ୍ୱାଭାବିକ ସ୍ଥିତି ସମ୍ପର୍କରେ ବାହାନଗା ବଜାର ଷ୍ଟେସନ୍ର ଷ୍ଟେସନ୍ ମାଷ୍ଟର ସେଠାକାର ସିଗ୍ନାଲ ଓ ଟେଲିକମ୍ୟୁନିକେସନ୍ କର୍ମଚାରୀଙ୍କୁ ଅବଗତ କରି ନ ଥିଲେ। ଏହା କରିଥିଲେ ହୁଏତ ତାହାର ମରାମତି ହୋଇପାରିଥାନ୍ତା ଏବଂ ଏତେ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା। ବାହାନଗା ବଜାର ଷ୍ଟେସନରେ ଲେଭଲ କ୍ରସିଂ ଫାଟକ-୯୪ରେ ଇଲେକ୍ଟ୍ରିକ ଲିଫ୍ଟିଙ୍ଗ ବ୍ୟାରିୟରକୁ ବଦଳାଇ କାର୍ଯ୍ୟ ନ କରାଯିବା ମଧ୍ୟ ଏକ ଭୁଲ ଥିଲା ବୋଲି ବି ଏଥିରେ କୁହାଯାଇଛି । ଏଥିରେ ଏକ ଟିମ ୱେୟାରିଂ ସର୍କିଟକୁ ସଜାଡ଼ିଥିଲା ଏବଂ ଏହାକୁ ଦୋହରାଇରେ ବିଫଳ ହୋଇଥିଲା। କମିସନର ଅଫ୍ ରେଲଓ୍ବେ ସେଫ୍ଟିଙ୍କ ରିପୋର୍ଟରେ ଏଭଳି କଥା ଉଲ୍ଲେଖ କରାଯାଇଥିବା ଜଣାଯାଇଛି।
ସୂଚନାନୁସାରେ,ଗତ ଜୁନ ମାସ ୨ ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନରେ ହୋଇଥିଲା ୩ ଟି ଟ୍ରେନ ମଧ୍ୟରେ ଭୟଙ୍କର ଦୁର୍ଘଟଣା I ଏଥିରେ ଘଟଣାସ୍ଥଳରେ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ଶହରୁ ଉର୍ଧ୍ଵ ଗୁରୁତର ଆହତ ହୋଇ ଏ ପର୍ଯ୍ୟନ୍ତ ଚିକିତ୍ସାଧୀନ ଅଛନ୍ତି I ତେବେ ଆହତଙ୍କ ମଧ୍ୟରୁ ପୁଣି ୫ ଜଣଙ୍କର ମୃତ୍ୟୁ ଘଟିବାରୁ ଏ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୯୩ ରେ ପହଂଚିଛି I




