ଭଙ୍ଗା ଯାଇପାରେ ବାହାନଗା ସ୍କୁଲ ଘର

ବାହାନଗା : ବାହାନଗା ରେଳ ଦୁର୍ଘଟଣାର ମୁକ ସାକ୍ଷୀ ବାହାନଗା ସ୍କୁଲ ଘର I ପ୍ରଥମେ ଏଇ ସ୍କୁଲ ଘରେ ରଖାଯାଇଥିଲା ଦୁର୍ଘଟଣାରେ ଶିକାର ହୋଇଥିବା ଶହ ଶହ ମୃତକଙ୍କ ମରଶରୀର I ବର୍ତମାନ ସ୍କୁଲ ଖୋଲିଲେ ପିଲା ସେହି ସ୍କୁଲ ଯିବାକୁ ଡରିବେ I ତେଣୁ ଆବଶ୍ୟକ ପଡିଲେ ସେହି ସ୍କୁଲ ଘରକୁ ଭଙ୍ଗାଯାଇପାରେ । ଆଜି ବାହାନଗା ସ୍କୁଲ ପରିଦର୍ଶନ ପାଇଁ ଯାଇଥିଲେ ବାଲେଶ୍ୱର ଜିଲ୍ଲାପାଳ । ଅଭିଭାବକଙ୍କ ସହ ଆଲୋଚନା ପରେ ସୂଚନା […]

Samaya Live Picture
Published On

ବାହାନଗା : ବାହାନଗା ରେଳ ଦୁର୍ଘଟଣାର ମୁକ ସାକ୍ଷୀ ବାହାନଗା ସ୍କୁଲ ଘର I ପ୍ରଥମେ ଏଇ ସ୍କୁଲ ଘରେ ରଖାଯାଇଥିଲା ଦୁର୍ଘଟଣାରେ ଶିକାର ହୋଇଥିବା ଶହ ଶହ ମୃତକଙ୍କ ମରଶରୀର I ବର୍ତମାନ ସ୍କୁଲ ଖୋଲିଲେ ପିଲା ସେହି ସ୍କୁଲ ଯିବାକୁ ଡରିବେ I ତେଣୁ ଆବଶ୍ୟକ ପଡିଲେ ସେହି ସ୍କୁଲ ଘରକୁ ଭଙ୍ଗାଯାଇପାରେ । ଆଜି ବାହାନଗା ସ୍କୁଲ ପରିଦର୍ଶନ ପାଇଁ ଯାଇଥିଲେ ବାଲେଶ୍ୱର ଜିଲ୍ଲାପାଳ । ଅଭିଭାବକଙ୍କ ସହ ଆଲୋଚନା ପରେ ସୂଚନା ରଖିଛନ୍ତି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ।

ବାହାନଗା ହାଇସ୍କୁଲରେ କୋମଳମତି ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ, ଟ୍ରେନ୍ ଦୁର୍ଘଟଣା ପରେ ଏଠାରେ ଶହ ଶହ ମୃତ ଦେହ ରଖାଯାଇଥିଲା । ରାତି ପ୍ରାୟ ୧୨ଟା ହେଲେ ସ୍କୁଲ ଘରୁ ଶୁଭୁଛି ବିକଟାଳ ଚିତ୍କାର । ସେଠାକୁ ଯାଇ ଦେଖିଲେ କେହି କୁଆଡେ ନାହଁନ୍ତି । ଏହାକୁ ନେଇ ଏବେ ସ୍ଥାନୀୟ ଲୋକ ଏବେ ଭୟବୀତ ଅବସ୍ଥାରେ ରହିଛନ୍ତି । ରାତି ପ୍ରାୟ ୧୨ଟାରୁ ୨ଟା ପର୍ଯ୍ୟନ୍ତ ଏଭଳି ଚିତ୍କାର ଶୁଭୁଛି ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି । ବର୍ତ୍ତମାନ ସେହି ସ୍କୁଲକୁ ଛୋଟ ଛୋଟ ପିଲା ପାଠପଢିବାକୁ ଯିବା ନେଇ ଆପତ୍ତି ଉଠାଇଛନ୍ତି ଅଭିଭାବକ । ସ୍କୁଲରେ ପାଠ ପଢାଗଲା ଭଳି ବାତାବରଣ ନାହିଁ ବୋଲି ଅଭିଭାବକ କହିଛନ୍ତି । ତେବେ ସ୍କୁଲ କମିଟି କହିଲେ ସ୍କୁଲ ଭଙ୍ଗାଯାଇପାରେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ I

Tags: