ଭୁବନେଶ୍ୱର ଏୟାରପୋର୍ଟରୁ ମିଳିଥିବା ବ୍ୟାଗ ଜଣେ ଯାତ୍ରୀଙ୍କର – ଏସିପି
ଭୁବନେଶ୍ୱର : ଭୁବନେଶ୍ବର ବିମାନବନ୍ଦରରେ ଠାବ ହେଲା ଅଜଣା ବ୍ୟାଗ୍ । ଏକ ତ୍ରୋଲି ଭିତରେ ନୀଳ ରଙ୍ଗର ବ୍ୟାଗ ରହିଥିବା ଦେଖାଯାଇଥିଲା I ଘଟଣାସ୍ଥଳରେ ସିଆଇଏସଏଫ ଡଗ୍ ସ୍କ୍ବାଡ୍ ପହଞ୍ଚି ବ୍ୟାଗ୍ ଯାଞ୍ଚ କରୁଛି । ତେବେ ବ୍ୟାଗ୍ଟି କାହାର, ତାହା ସ୍ପଷ୍ଟ ହୋଇନି । ବ୍ୟାଗ୍କୁ ଯାଞ୍ଚ ପାଇଁ CISF ବିମାନ ବନ୍ଦର ଭିତରକୁ ନେଇଛନ୍ତି । DG ସମ୍ମିଳନୀକୁ ଖଲିସ୍ତାନୀ ଧମକ ମିଳିଥିବାରୁ, ଏହି ବ୍ୟାଗ୍କୁ ନେଇ ବହୁ ସନ୍ଦେହ ସୃଷ୍ଟି ହୋଇଛି […]
ଭୁବନେଶ୍ୱର : ଭୁବନେଶ୍ବର ବିମାନବନ୍ଦରରେ ଠାବ ହେଲା ଅଜଣା ବ୍ୟାଗ୍ । ଏକ ତ୍ରୋଲି ଭିତରେ ନୀଳ ରଙ୍ଗର ବ୍ୟାଗ ରହିଥିବା ଦେଖାଯାଇଥିଲା I ଘଟଣାସ୍ଥଳରେ ସିଆଇଏସଏଫ ଡଗ୍ ସ୍କ୍ବାଡ୍ ପହଞ୍ଚି ବ୍ୟାଗ୍ ଯାଞ୍ଚ କରୁଛି । ତେବେ ବ୍ୟାଗ୍ଟି କାହାର, ତାହା ସ୍ପଷ୍ଟ ହୋଇନି । ବ୍ୟାଗ୍କୁ ଯାଞ୍ଚ ପାଇଁ CISF ବିମାନ ବନ୍ଦର ଭିତରକୁ ନେଇଛନ୍ତି ।
DG ସମ୍ମିଳନୀକୁ ଖଲିସ୍ତାନୀ ଧମକ ମିଳିଥିବାରୁ, ଏହି ବ୍ୟାଗ୍କୁ ନେଇ ବହୁ ସନ୍ଦେହ ସୃଷ୍ଟି ହୋଇଛି । ବିମାନ ବନ୍ଦରର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବମ୍ ଥ୍ରେଟ୍ ଆସେସ୍ମେଣ୍ଟ କମିଟି ଏହି ବ୍ୟାଗ୍କୁ ତନତନ ଯାଞ୍ଚ କରିବେ । କାରଣ କିଛି ଦିନ ତଳେ ଭୁବନେଶ୍ୱର ବିମାନବନ୍ଦରକୁ ସୋସିଆଲ ମିଡ଼ିଆରେ ବୋମା ଆତଙ୍କ ନେଇ ହୋକ୍ସ କଲ୍ ଆସିଥିଲା ।
ସୂଚନାନୁସାରେ,କିଛି ସମୟ ପୂର୍ବରୁ ଖଲିସ୍ତାନୀ ନେତାଙ୍କର ଧମକପୂର୍ଣ୍ଣ ଅଡିଓ ଭାଇରାଲ ହୋଇଥିଲା । ଜଣେ ବରିଷ୍ଠ ଓଡ଼ିଆ ସାମ୍ବାଦିକଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକ ପୂର୍ଣ୍ଣ ଏକ ଇ-ମେଲ୍ ପଠାଇଥିଲା । ଇ-ମେଲରେ ପଠାଇଥଇବା ଅଡ଼ିଓ ମେସେଜରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରାଯାଇଥିଲା । ଏଥିସହ ଖଲିସ୍ତାନୀ ପତାକା ଉଡ଼ାଇଲେ ୨୫ ଲକ୍ଷର ପୁରସ୍କାର ଘୋଷଣା କରାଯିବ ବୋଲି ଇ-ମେଲ୍ ଅଡିଓ ମେସେଜରେ ଉଲ୍ଲେଖ ରହିଥିଲା । ଆଜି ସକାଳ ୯ ଟା ୪ମିନିଟ୍ ସମୟରେ ଏହି ଧମକ ପୂର୍ଣ୍ଣ ଇ-ମେଲ୍ ଅଡିଓ ଭାଇରାଲ ହୋଇଥିଲା ।ଏହାପରେ ଏବେ ବିମାନବନ୍ଦରରେ ଏହି ଅଜଣା ନୀଳ ବ୍ୟାଗ୍ ରହିଥିବା ଦେଖିବା ପରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି । ବିମାନ କର୍ତ୍ତୃପକ୍ଷଙ୍କ ତନାଘନା ଚଳାଇଛନ୍ତି ।
ସେପଟେ ACP ଅମିତାଭ ମହାପାତ୍ର କହିଛନ୍ତି ଅଜଣା ବ୍ୟାଗ୍କୁ ନେଇ ବିପଦ ନାହିଁ । ଅଜଣା ବ୍ୟାଗ୍ ଯାତ୍ରୀଙ୍କର ବୋଲି ACP କହିଛନ୍ତି । CISF ବ୍ୟାଗ୍ର ଛାନଭିନ କରିଛନ୍ତି । ଏଥିରେ କିଛି ସନ୍ଦେହଜନକ ସାମଗ୍ରୀ ନଥିବା CISF ସୂଚନା ଦେଇଛନ୍ତି ।




