୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ
ଭୁବନେଶ୍ୱର: ଜୁନ୍ ୮: ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ଏନେଇ ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ଦାଖଲ ହେବ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂର୍ଯ୍ୟ ନାରାୟଣ ପାତ୍ର ଶନିବାର ଦିନ ବାଚସ୍ପତି ପଦବିରୁ ଇସ୍ତଫା ଦେବା ପରେ ପଦ ଖାଲି ପଡ଼ିଛି । ତାଙ୍କ ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ପାତ୍ର କିଡନି ରୋଗରେ ସଂକ୍ରମିତ ହୋଇ ଗତ ୧୪ ଦିନ ହେଲା ସମ୍ ଅଲଫିମେଟ୍ ହସ୍ପିଟାଲରେ […]
ଭୁବନେଶ୍ୱର: ଜୁନ୍ ୮: ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ଏନେଇ ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ଦାଖଲ ହେବ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂର୍ଯ୍ୟ ନାରାୟଣ ପାତ୍ର ଶନିବାର ଦିନ ବାଚସ୍ପତି ପଦବିରୁ ଇସ୍ତଫା ଦେବା ପରେ ପଦ ଖାଲି ପଡ଼ିଛି । ତାଙ୍କ ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ପାତ୍ର କିଡନି ରୋଗରେ ସଂକ୍ରମିତ ହୋଇ ଗତ ୧୪ ଦିନ ହେଲା ସମ୍ ଅଲଫିମେଟ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ବାମ ଆଖିରେ ମଧ୍ୟ ବାକେଫରିଆ ସଂକ୍ରମଣ ହୋଇଛି । ଅସୁସ୍ଥତା ଯୋଗୁ ସେ ନିଜ ପଦବିରୁ ଇସ୍ତଫା ଦେଇଛନ୍ତି । ଆଉ କୌଣସି ସରକାରୀ ଦାୟିତ୍ୱ ନେବେନି ବୋଲି ସେ ଜଣାଇ ଦେଇଛନ୍ତି । ଏପଟେ ଶାସକ ଦଳ ପକ୍ଷରୁ କାହାକୁ ବାଚସ୍ପତି ପ୍ରାର୍ଥୀ କରାଯିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପ୍ରାର୍ଥୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ଆରୁଖ ଶନିବାର ଦିନ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ୧୯୯୫ ମସିହାରୁ ଲଗାତାର ଭାବେ ଭଞ୍ଜନଗରରୁ ଜିତି ଆସୁଥିବା ଆରୁଖ ୨୦୦୮ ମସିହାରେ ସରକାରୀ ଦଳର ମୁଖ୍ୟ ସଚେତକ ଦାୟିତ୍ୱ ତୁଲାଇଥିଲେ । ଏହା ପରେ ୨୦୦୯ ମସିହାରୁ ଲଗାତାର ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ଆସୁଛନ୍ତି । ସେ ବିଭିନ୍ନ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ରହିଛନ୍ତି ।




