ଟିଟିଲାଗଡ଼ରୁ ବିକ୍ରି ଶିଶୁ କନ୍ୟା ମାସକ ପରେ ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀରରୁ ଆସିଲା ପୁଣି ଏକ ଶିଶୁ କନ୍ୟା ବିକ୍ରି ଖବର । ଶିଶୁ କନ୍ୟାଟିକୁ ୨୦ ହଜାର ଟଙ୍କାରେ ମାସେ ପୂର୍ବରୁ ଦମ୍ପତି ବିକ୍ରି କରିଥିବାବେଳେ ଖବର ପାଇ ଉଦ୍ଧାର କରିଛି ଚାଇଲ୍ଡ ହେଲ୍ପ ଲାଇନ। ଟିଟଲାଗଡ ଥାନା ବାଗଡେର ଗାଁର ଘଟିଛି ଏହି ଘଟଣା । ଶିଶୁକନ୍ୟାଟି ଏକ ଦାଦନ ଶ୍ରମିକ ପରିବାର ୨ୟ ସନ୍ତାନ ବୋଲି ଜଣାପଡିଛି । ବରଗଡ଼ ଜିଲ୍ଲା ପାଇକମାଳରୁ ଶିଶୁଟିକୁ ଉଦ୍ଧାର କରାଯାଇଛି । ଗତ ୧ […]

ଟିଟିଲାଗଡ଼ରୁ ବିକ୍ରି ଶିଶୁ କନ୍ୟା ମାସକ ପରେ ଉଦ୍ଧାର
Samaya Live Picture
Published On

ବଲାଙ୍ଗୀର : ବଲାଙ୍ଗୀରରୁ ଆସିଲା ପୁଣି ଏକ ଶିଶୁ କନ୍ୟା ବିକ୍ରି ଖବର । ଶିଶୁ କନ୍ୟାଟିକୁ ୨୦ ହଜାର ଟଙ୍କାରେ ମାସେ ପୂର୍ବରୁ ଦମ୍ପତି ବିକ୍ରି କରିଥିବାବେଳେ ଖବର ପାଇ ଉଦ୍ଧାର କରିଛି ଚାଇଲ୍ଡ ହେଲ୍ପ ଲାଇନ। ଟିଟଲାଗଡ ଥାନା ବାଗଡେର ଗାଁର ଘଟିଛି ଏହି ଘଟଣା । ଶିଶୁକନ୍ୟାଟି ଏକ ଦାଦନ ଶ୍ରମିକ ପରିବାର ୨ୟ ସନ୍ତାନ ବୋଲି ଜଣାପଡିଛି । ବରଗଡ଼ ଜିଲ୍ଲା ପାଇକମାଳରୁ ଶିଶୁଟିକୁ ଉଦ୍ଧାର କରାଯାଇଛି । ଗତ ୧ ତାରିଖ ଦିନ ନୀଳ ରଣାଙ୍କ ପତ୍ନୀ ଶିଶୁ କନ୍ୟାଟିକୁ ଜନ୍ମ କରିଥିଲେ। ପାଇକମାଳର ସଞ୍ଜୟ ଗୁର୍ଲା ଓ ସୁରଭି ଗୁର୍ଲ୍ଲା ଶିଶୁକୁ ନେଇଥିଲେ।

ସୂଚନାନୁସାରେ,ବାଗଡେର ଗାଁର ଜଣେ ଦାଦନ ଶ୍ରମିକଙ୍କ ପୂର୍ବରୁ ଏକ ଝିଅ ଥିଲା। ନିକଟରେ ତାଙ୍କ ସ୍ତ୍ରୀ ଟିଟିଲାଗଡ଼ ହସ୍ପିଟାଲରେ ପୁଣି ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ତେବେ ଅଭାବ ଅନଟନ ଯୋଗୁଁ ମହିଳା ଜଣକ ଘରକୁ ଆସିବାର କିଛିଦିନ ପରେ ବରଗଡ଼ ଜିଲା ପଦ୍ମପୁର ସବ୍‌ଡିଭିଜନ ଅଧୀନ ପାଇକମାଳ ଗାଁର ଜଣେ ଦମ୍ପତିଙ୍କୁ ଶିଶୁକନ୍ୟାକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା। ଗତକାଲି ଘଟଣାଟି ପ୍ରଘଟ ହେବା ପରେ ଟିଟିଲାଗଡ଼ ପୁଲିସ୍‌ ରାତ୍ରିରେ ଉକ୍ତ ଶିଶୁ କନ୍ୟାର ପିତା ନିଲ ରଣାଙ୍କୁ ଘରୁ ଉଠାଇ ଆଣିଥିଲା । ନିଲଙ୍କ କହିବା ଅନୁସାରେ ବରଗଡ଼ ଜିଲା ପାଇକମାଲ ସହରର ହାଟପଦା ପଡ଼ାରୁ ଶିଶୁଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ ବଲାଙ୍ଗୀର ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି । ଏସମ୍ପର୍କରେ ଟିଟିଲାଗଡ଼ ଥାନା ଆଇଆଇସି କଲ୍ୟାଣୀ ବେହେରା ସୂଚନା ଦେଇଛନ୍ତି ।

Tags: