ବୋରୱେଲରୁ ଉଦ୍ଧାର ଶିଶୁକନ୍ୟା ଅସୁସ୍ଥ
ରେଙ୍ଗାଲି : ରେଙ୍ଗାଲି ବ୍ଲକ ଲରିପାଲିରୁ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା ଘଟଣା I ଶିଶୁଟି ଅସୁସ୍ଥ ଥିବା ଜଣ ପଡିଛି I ଉଦ୍ଧାର ପରେ ଶିଶୁଟିର ବୁର୍ଲା ମେଡିକାଲ ଏସଏନସିୟୁ ରେ ଚିକିତ୍ସା ଚାଲିଛି I ତେବେ ଶିଶୁଟି ଅସୁସ୍ଥ ଥିବା ଜଣାପଡିଛି I ଶିଶୁଟିର ଇଣ୍ଟରନାଲ ବ୍ଲିଡିଙ୍ଗ ହେଉଛି। କିନ୍ତୁ ଗୋଡ଼ ହାତ ସୁରକ୍ଷିତ ରହିଥିବା ଜଣାପଡିଛି । ଦେହର କଅଁଳ ଚମ ଛିଂଡି ଘା ଯୋଗୁଁ ବଢିଛି ସଂକ୍ରମଣ।ସମ୍ଭବତଃ […]
ରେଙ୍ଗାଲି : ରେଙ୍ଗାଲି ବ୍ଲକ ଲରିପାଲିରୁ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା ଘଟଣା I ଶିଶୁଟି ଅସୁସ୍ଥ ଥିବା ଜଣ ପଡିଛି I ଉଦ୍ଧାର ପରେ ଶିଶୁଟିର ବୁର୍ଲା ମେଡିକାଲ ଏସଏନସିୟୁ ରେ ଚିକିତ୍ସା ଚାଲିଛି I ତେବେ ଶିଶୁଟି ଅସୁସ୍ଥ ଥିବା ଜଣାପଡିଛି I ଶିଶୁଟିର ଇଣ୍ଟରନାଲ ବ୍ଲିଡିଙ୍ଗ ହେଉଛି। କିନ୍ତୁ ଗୋଡ଼ ହାତ ସୁରକ୍ଷିତ ରହିଥିବା ଜଣାପଡିଛି । ଦେହର କଅଁଳ ଚମ ଛିଂଡି ଘା ଯୋଗୁଁ ବଢିଛି ସଂକ୍ରମଣ।ସମ୍ଭବତଃ ବୋରୱେଲ ଭିତରକୁ ଫିଙ୍ଗିବା ସମୟରେ ଲୁହା ପାଇପରେ ବାଡ଼େଇ ହୋଇ ଆଘାତ ଲାଗିଛି।
ଭୀମସାର ଅଧୀକ୍ଷକଙ୍କ ସୂଚନା ଅନୁଯାୟୀ, ଶିଶୁଟି ମାତ୍ର ୩୪ ସପ୍ତାହର। ପ୍ରି ମ୍ୟାଚୁଅର ଭାବେ ଜନ୍ମ ନେଇଛି। ତା’ର ଓଜନ ୧ କିଲୋ ୬ ଶହ ଗ୍ରାମ୍ ରହିଛି। ଆଗକୁ ତା’ ସ୍ୱାସ୍ଥ୍ୟାବସ୍ଥାରେ ଜଟିଳତା ଦେଖାଯିବାର ଆଶଙ୍କା ଥିବାରୁ ଏକ ଡାକ୍ତରୀ ଟିମ୍ ତା’ ଉପରେ ତୀକ୍ଷ୍ନ ନଜର ରଖିଛନ୍ତି। ତଥାପି, ଶିଶୁକନ୍ୟାର ଶୀଘ୍ର ଆରୋଗ୍ୟ ପାଇଁ ଉପଯୁକ୍ତ ଚିକିତ୍ସା ସହିତ ଯତ୍ନ ନିଆଯାଉଛି ବୋଲି ସୂଚନା ରହିଛି। ଦରକାର ପଡିଲେ ଶିଶୁକୁ କଟକ ସ୍ଥାନାନ୍ତର କରାଯାଇପାରେ ।
ଘଟଣା ଅନୁଯାୟୀ,୧୨ ତାରିଖ ଦିନ ଅପରାହ୍ନରେ ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରୁ ଗୋଟେ ଶିଶୁର କାନ୍ଦିବ ଶୁଣିବା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାମ। ଶିଶୁଟିକୁ ୨୫ ଫୁଟର ବୋରଓ୍ବେଲ ଭିତରକୁ କେହି ଫୋପାଡ଼ି ଦେଇଥିବା ଜଣାପଡିଛି I ତେବେ ଆଉ ଶିଶୁଟିର କାନ୍ଦ ଶୁଣିବା ପରେ କଥା ପହଞ୍ଚିଥିଲା ପୁଲିସ, ଅଗ୍ନିଶମ ବିଭାଗ ଆଉ ପ୍ରଶାସନ ନିକଟରେ। ସମସ୍ତେ ଧାଇଁ ଯାଇଥିଲେ ଶିଶୁଟିକୁ ବଞ୍ଚାଇବା ପାଇଁ । ଆଉ ସମ୍ବଲପୁରର ଘଟଣା ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଚହଳ ପକାଇଥିଲା। ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଅଗ୍ନିଶମ ଡିଜିଙ୍କ ତତ୍ତ୍ବାବଧାନରେ ଉଦ୍ଧାର କାମ ଆଗକୁ ବଢିଥିଲା।
ଏହି ଘଟଣାରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଅନ୍ୟ ପିଲାଙ୍କ ଭଳି ଏହି ଘଟଣା ବୋରୱେଲରେ ପଡ଼ିବା ଏକ ଦୁର୍ଘଟଣା ନୁହେଁ । ଏହା ଏକ ଅପରାଧ । ସ୍ଥାନୀୟ ପୁଲିସ ଏନେଇ ୩୦୭ ଦଫାରେ ଏକ ମାମଲା କରିଛି । ଯିଏ ବି ଦୋଷୀ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଜି କହିଛନ୍ତି।




