ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆ ହାତୀ ‘ମାମା’ ର ମୃତ୍ୟୁ
ଭୁବନେଶ୍ୱର : ପ୍ରଶିକ୍ଷଣ କେନ୍ଦ୍ରରେ ୭ ବର୍ଷର ଛୁଆ ହାତୀ ‘ମାମା’ର ମୃତ୍ୟୁ । ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆହାତୀର ମୃତ୍ୟୁ ଘଟିଛି। ଏନେଇ ଚନ୍ଦକା DFO ସୂଚନା ଦେଇଛନ୍ତି। ୨୦୧୭ରେ ଗୋଠଛଡ଼ା ‘ମାମା’କୁ ପ୍ରଶିକ୍ଷଣ କେନ୍ଦ୍ର ଅଣାଯାଇଥିଲା। ହାର୍ପିସ୍ ଭୂତାଣୁ ଆକ୍ରାନ୍ତରେ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ସଠିକ କାରଣ ଜଣାପଡି ନାହିଁ । ପୋଷ୍ଟମର୍ଟମ ପରେ କାରଣ ଜଣାପଡ଼ିବ ବୋଲି ଡିଏଫଓ କହିଛନ୍ତି। ପ୍ରଶିକ୍ଷଣ କେନ୍ଦ୍ରରେ […]
ଭୁବନେଶ୍ୱର : ପ୍ରଶିକ୍ଷଣ କେନ୍ଦ୍ରରେ ୭ ବର୍ଷର ଛୁଆ ହାତୀ ‘ମାମା’ର ମୃତ୍ୟୁ । ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆହାତୀର ମୃତ୍ୟୁ ଘଟିଛି। ଏନେଇ ଚନ୍ଦକା DFO ସୂଚନା ଦେଇଛନ୍ତି। ୨୦୧୭ରେ ଗୋଠଛଡ଼ା ‘ମାମା’କୁ ପ୍ରଶିକ୍ଷଣ କେନ୍ଦ୍ର ଅଣାଯାଇଥିଲା। ହାର୍ପିସ୍ ଭୂତାଣୁ ଆକ୍ରାନ୍ତରେ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ସଠିକ କାରଣ ଜଣାପଡି ନାହିଁ । ପୋଷ୍ଟମର୍ଟମ ପରେ କାରଣ ଜଣାପଡ଼ିବ ବୋଲି ଡିଏଫଓ କହିଛନ୍ତି। ପ୍ରଶିକ୍ଷଣ କେନ୍ଦ୍ରରେ ଥିବା ଆଉ ୩ ହାତୀ ମଧ୍ୟ ହାର୍ପିସରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଥିବା ଚନ୍ଦକା ଡିଏଫଓ କହିଛନ୍ତି।
ସୂଚନାନୁସାରେ,୨୦୧୭ ମାର୍ଚ୍ଚ ୩ରେ ରାମେଶ୍ୱରରୁ ଉଦ୍ଧାର କରାଯାଇ ହାତୀ ଛୁଆକୁ ନନ୍ଦନକାନନ ଅଣାଯାଇଥିଲା। ସେତେବେଳେ ମାମା ୬ ମାସର ହୋଇଥିଲା I ସେଠାରୁ ୨୦୨୩ ମାର୍ଚ୍ଚ ୮ରେ ଗୋଡିବାରି କୁମାରଖୁଣ୍ଟିକୁ କୁମକି ତାଲିମ ପାଇଁ ନିଆଯାଇଥିଲା। ହେଲେ ସେଠାରେ ଅସୁସ୍ଥ ହୋଇ ମାମାର ମୃତ୍ୟୁ ଘଟିଛିଛି । ଘଟଣାସ୍ଥଳରେ ଚନ୍ଦକା DFOଙ୍କ ସମେତ ଓୟୁଟି ଟିମ ଉପସ୍ଥିତ ରହିଛନ୍ତି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁ କାରଣ ଜଣାପଡିବ ବୋଲି ସୂଚନା ମିଳିଛି । ନିକଟରେ ଚନ୍ଦକା ଅଭୟାରଣ୍ୟରେ ହାତୀ ‘ରାମୁ’ର ମୃତ୍ୟୁ ହୋଇଥିଲା।




