ଟ୍ରେନ ଧକ୍କାରେ ଛୁଆ ହାତୀ ମୃତ,୨ ଆହତ
ସୁନ୍ଦରଗଡ଼ : ମାଲବାହୀ ଟ୍ରେନ ଧକ୍କାରେ ଛୁଆ ହାତୀ ମୃତ । ଛୁଆ ହାତୀର ଶବକୁ ଜଗିରହିଛନ୍ତି ହାତୀ ପଲ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ । ଗତକାଲି ରାତିରେ ଏକ ୨୩ ଟିକିଆ ହାତୀ ପଲଙ୍କୁ ଲୋକେ ଘଉଡ଼ାଇବା ବେଳେ ମାଲବାହୀ ଟ୍ରେନ୍ ଧକ୍କାରେ ଛୁଆ ମାଈ ହାତୀର ଜୀବନ ଯାଇଥିବା ବେଳେ ଏଥିରେ ଆଉ ୨ ଟି ହାତୀ ଆହତ ହୋଇଥିବା ସୂଚନା ମିଳିଛି […]
ସୁନ୍ଦରଗଡ଼ : ମାଲବାହୀ ଟ୍ରେନ ଧକ୍କାରେ ଛୁଆ ହାତୀ ମୃତ । ଛୁଆ ହାତୀର ଶବକୁ ଜଗିରହିଛନ୍ତି ହାତୀ ପଲ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ । ଗତକାଲି ରାତିରେ ଏକ ୨୩ ଟିକିଆ ହାତୀ ପଲଙ୍କୁ ଲୋକେ ଘଉଡ଼ାଇବା ବେଳେ ମାଲବାହୀ ଟ୍ରେନ୍ ଧକ୍କାରେ ଛୁଆ ମାଈ ହାତୀର ଜୀବନ ଯାଇଥିବା ବେଳେ ଏଥିରେ ଆଉ ୨ ଟି ହାତୀ ଆହତ ହୋଇଥିବା ସୂଚନା ମିଳିଛି । ବନ୍ଧମୁଣ୍ଡା ଆର୍ କେବିନ୍ ନିକଟରେ ଏହି ଘଟଣା ଘଟିଛି। ଘଟଣା ପରେ ଅନ୍ୟ ହାତୀପଲ ରେଳଧାରଣା ନିକଟରେ ମୃତ ହାତୀର ଶବକୁ ଜଗି ରହିବା ସହ ଦେଖଣାହାରୀଙ୍କୁ ଆକ୍ରମଣ କରିବା ପାଇଁ ଭୟଭୀତ କରୁଥିବା ସୂଚନା ମିଳିଛି।
ଏହି ଘଟଣା ପରେ ଉକ୍ତ ରାସ୍ତାରେ ରେଳ ଚଳାଚଳ ବନ୍ଦ ରହିବା ସହ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ବନ ବିଭାଗ ପକ୍ଷରୁ ଜଗି ରହିଥିବା ଅନ୍ୟ ୨୦ ଟି ହାତୀଙ୍କୁ ସୁରକ୍ଷିତ ଭାବରେ ଜଙ୍ଗଲ ଆଡକୁ ଘଉଡ଼ାଇ ଦେଇଛନ୍ତି । ମାଲବାହୀ ଟ୍ରେନର ଦୁଇଜଣ ଡ୍ରାଇଭରଙ୍କୁ ଅଟକ ରଖି ବନବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଆଜି ମୃତ ହାତୀ ଛୁଆର ମୃତଦେହ ବ୍ୟବଚ୍ଛେଦ ହେବ।




