ଖୁବଶୀଘ୍ର ଲାଗୁହେବ ଆୟୁଷ୍ମାନ-ଗୋପବନ୍ଧୁ ସ୍ବାସ୍ଥ୍ୟବୀମା – ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ସୂଚନା । ରାଜ୍ୟରେ ଖୁବଶୀଘ୍ର ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସ୍ୱାସ୍ଥ୍ୟ ବୀମା ଲାଗୁ ହେବ । ଯୋଜନା ଲାଗୁ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ସରକାରଙ୍କ ସହ MOU ହେବ, ସେନେଇ ପ୍ରସ୍ତୁତି ଚାଲିଛି। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଆୟୁଷ୍ମାନରେ ୬୭ ଲକ୍ଷ ପରିବାର ଅନ୍ତର୍ଭୁକ୍ତ ହେବେ। ୭୦ବର୍ଷରୁ ଅଧିକ ବୟସ୍କ ଯୋଜନାରେ ସାମିଲ ହେବେ। ଦେଶରେ ୨୭ ହଜାରରୁ ଅଧିକ ହସ୍ପିଟାଲରେ […]
ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ସୂଚନା । ରାଜ୍ୟରେ ଖୁବଶୀଘ୍ର ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସ୍ୱାସ୍ଥ୍ୟ ବୀମା ଲାଗୁ ହେବ । ଯୋଜନା ଲାଗୁ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ସରକାରଙ୍କ ସହ MOU ହେବ, ସେନେଇ ପ୍ରସ୍ତୁତି ଚାଲିଛି।
ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଆୟୁଷ୍ମାନରେ ୬୭ ଲକ୍ଷ ପରିବାର ଅନ୍ତର୍ଭୁକ୍ତ ହେବେ। ୭୦ବର୍ଷରୁ ଅଧିକ ବୟସ୍କ ଯୋଜନାରେ ସାମିଲ ହେବେ। ଦେଶରେ ୨୭ ହଜାରରୁ ଅଧିକ ହସ୍ପିଟାଲରେ ଏହି କାର୍ଡ କାମ କରିବ। ରାଜ୍ୟରେ ଏକ କୋଟି ପରିବାର ଏବଂ ସାଢେ ୩ କୋଟି ଜନତା ଯୋଜନାରେ ସୁବିଧା ପାଇବେ । ପ୍ରତି ପରିବାରର ପୁରୁଷଙ୍କୁ ୫ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ମିଳିବ। ଆୟୁଷ୍ମାନରେ ୬୭ ଲକ୍ଷ ଏବଂ ଗୋପବନ୍ଧୁ ଯୋଜନାରେ ୨୭ ଲକ୍ଷ ପରିବାର ସ୍ୱାସ୍ଥ୍ୟ ସେବା ପାଇବେ ।




