ଓଡ଼ିଶାରେ ଲାଗୁହେବ ଆୟୁଷ୍ମାନ ଭାରତ ଯୋଜନା – ମନମୋହନ ସାମଲ

ଭୁବନେଶ୍ୱର : ଓଡ଼ିଶାରେ ବନ୍ଦ ହୋଇଯିବ BSKY ଯୋଜନା । ବିଜେପିର ନୂଆ ସରକାର ଗଠନ ହେବା ପରେ ଓଡ଼ିଶାରେ ବିଏସକେୱାଇ କାର୍ଡ ବନ୍ଦ ହୋଇଯିବ । ନିର୍ବାଚନ ପ୍ରତିଶୃତି ଅନୁସାରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁହେବା ସହିତ ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲାଯିବ I ଏନେଇ ବଡ଼ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନେମାହନ ସାମଲ । ଓଡ଼ିଶାରେ ଦୀର୍ଘ ୨୪ ବର୍ଷର ସରକାରୀ ଭାଙ୍ଗି ଭାଜପା ନୂଆ ସରକାର ଗଠନ […]

Samaya Live Picture
Published On

ଭୁବନେଶ୍ୱର : ଓଡ଼ିଶାରେ ବନ୍ଦ ହୋଇଯିବ BSKY ଯୋଜନା । ବିଜେପିର ନୂଆ ସରକାର ଗଠନ ହେବା ପରେ ଓଡ଼ିଶାରେ ବିଏସକେୱାଇ କାର୍ଡ ବନ୍ଦ ହୋଇଯିବ । ନିର୍ବାଚନ ପ୍ରତିଶୃତି ଅନୁସାରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁହେବା ସହିତ ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲାଯିବ I ଏନେଇ ବଡ଼ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନେମାହନ ସାମଲ ।

ଓଡ଼ିଶାରେ ଦୀର୍ଘ ୨୪ ବର୍ଷର ସରକାରୀ ଭାଙ୍ଗି ଭାଜପା ନୂଆ ସରକାର ଗଠନ କରିବାକୁ ଯାଉଛି । ତେଣୁ ରାଜ୍ୟବାସୀ ଆଉ BSKY ଯୋଜନାର ଲାଭ ଉଠାଇପାରିବେ ନାହିଁ । ଯାହା ରାଜ୍ୟର ଅନେକ ହିତାଧିକାରୀଙ୍କ ଚିନ୍ତା ବଢାଇଦେଇଛି । ତେବେ ଏହା ବଦଳରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରାଯିବା ନେଇ କହିଛନ୍ତି ମନମୋହନ ସାମଲ ।

ମନମୋହନ ସାମଲଙ୍କ ସୂଚନାନୁସାରେ,୬ ତାରିଖରେ ନେତା ଚୟନ ପାଇଁ ଯେଉଁ ଦିନ ଧାର୍ଯ୍ୟ ହୋଇଥିଲା ,ତାହା ଟିକେ ବିଳମ୍ବ ହୋଇପାରେ I ସଂସଦୀୟ ବୋର୍ଡ ଯାହା ନିଷ୍ପତି ନେବ ତାହା ହେବ I ତେବେ ୧୦ ତାରିଖରେ ଜଣେ ଓଡ଼ିଆ ପୁଅ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ I

Tags: