୨ ସପ୍ତାହ ଭିତରେ ଲାଗୁ ହେବ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨ ସପ୍ତାହ ଭିତରେ ରାଜ୍ୟରେ ଲାଗୁହେବ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା । ଏଥିରେ ଓଡ଼ିଶାର ୩ କୋଟି ୫୨ଲକ୍ଷ ଲୋକ ଏହାର ସଫଳ ପାଇବେ। ରାଜ୍ୟ ଭିତରେ ଓ ବାହାରେ ମିଳିତ ଭାବେ ଚିକିତ୍ସା ସୁବିଧା ମିଳିପାରିବ। ଆଜି ଓଡିଶା ଦିବସ ଅବସରରେ ଭୁବନେଶ୍ୱର ସତ୍ୟଭାମାପୁର ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ଆଜି […]

୨ ସପ୍ତାହ ଭିତରେ ଲାଗୁ ହେବ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା – ମୁଖ୍ୟମନ୍ତ୍ରୀ
Samaya Live Picture
Published On

ଭୁବନେଶ୍ୱର : ୨ ସପ୍ତାହ ଭିତରେ ରାଜ୍ୟରେ ଲାଗୁହେବ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା । ଏଥିରେ ଓଡ଼ିଶାର ୩ କୋଟି ୫୨ଲକ୍ଷ ଲୋକ ଏହାର ସଫଳ ପାଇବେ। ରାଜ୍ୟ ଭିତରେ ଓ ବାହାରେ ମିଳିତ ଭାବେ ଚିକିତ୍ସା ସୁବିଧା ମିଳିପାରିବ। ଆଜି ଓଡିଶା ଦିବସ ଅବସରରେ ଭୁବନେଶ୍ୱର ସତ୍ୟଭାମାପୁର ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ଆଜି ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ୧୯୩୬ ଆଜିର ଦିନରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା। ବରପୁତ୍ରମାନଙ୍କ ଅବଦାନକୁ ନେଇ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି ।

 

 

 

 

Tags: