ଲୋୟର ପିଏମ୍ଜିରେ ନିଆରା ଢଙ୍ଗରେ ପ୍ରତିବାଦ ଜଣାଇଲେ ଆୟୁଷ ଛାତ୍ର ସଂଘ
ଭୁବନେଶ୍ୱର : ଓଡିଶା ବିଧାନ ସଭାର ଆଜି ୪ର୍ଥ ଦିବସ I ଧାରଣାରତଙ୍କ ଗର୍ଜନରେ କମ୍ପୁଛି ଲୋୟର ପିଏମଜି I ଭିଭିନ୍ନ ପ୍ରକାର ସ୍ଲୋଗାନ ସହିତ ନିଆରା ଢଙ୍ଗରେ ପ୍ରତିବାଦ ଜଣାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛନ୍ତି ବିକ୍ଷୋଭ କାରୀ I ସେହିଭଳି ଲୋୟର ପିଏମଜିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆୟୁଷ ଡାକ୍ତର ଛାତ୍ର ସଂଘ । ରାସ୍ତାରେ ମୁଣ୍ଡିଆ ମାରି ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଛନ୍ତି । ରାସ୍ତାରେ ଅଧିଆ ପଡ଼ି, ହାତ ଯୋଡି ପ୍ରତିବାଦ […]
ଭୁବନେଶ୍ୱର : ଓଡିଶା ବିଧାନ ସଭାର ଆଜି ୪ର୍ଥ ଦିବସ I ଧାରଣାରତଙ୍କ ଗର୍ଜନରେ କମ୍ପୁଛି ଲୋୟର ପିଏମଜି I ଭିଭିନ୍ନ ପ୍ରକାର ସ୍ଲୋଗାନ ସହିତ ନିଆରା ଢଙ୍ଗରେ ପ୍ରତିବାଦ ଜଣାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛନ୍ତି ବିକ୍ଷୋଭ କାରୀ I ସେହିଭଳି ଲୋୟର ପିଏମଜିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆୟୁଷ ଡାକ୍ତର ଛାତ୍ର ସଂଘ । ରାସ୍ତାରେ ମୁଣ୍ଡିଆ ମାରି ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଛନ୍ତି । ରାସ୍ତାରେ ଅଧିଆ ପଡ଼ି, ହାତ ଯୋଡି ପ୍ରତିବାଦ କରିଛନ୍ତି । ମୁଖ୍ୟମନ୍ତ୍ରୀ ତୁରନ୍ତ ସେମାନଙ୍କ ଦାବି ପୂରଣ କରିବାକୁ ଅନୁରୋଧ କରିଛନ୍ତି ।
ଆୟୁଷ ଛାତ୍ରସଂଘ ଅଭିଯୋଗ କରିଛି ଯେ, ୨୧ ବର୍ଷ ହେଲା ଆୟୁଷ ଡାକ୍ତର ପଦବୀ ବାହାରିନାହିଁ । ନିଯୁକ୍ତି ଅପେକ୍ଷାରେ ରହିଛନ୍ତି ଛାତ୍ରଛାତ୍ରୀ । ତୁରନ୍ତ ଆୟୁଷ ଡାକ୍ତର ପଦବୀ ବାହାର କରିବାକୁ ସେମାନେ ଦାବି କରିଛନ୍ତି । କିଛିଦିନ ତଳେ କଳା ବ୍ୟାଚ୍ ପିନ୍ଧି ରାଜ୍ୟ ସରକାରଙ୍କ ବିରୋଧରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏବେ ପୁଣି ବିଧାନସଭା ଚାଲିଥିବାବେଳେ ନିଜ ହକ୍ ପାଇଁ ଭୁବନେଶ୍ୱରରେ ଗର୍ଜିଛନ୍ତି ।
ଅନ୍ୟପଟେ ଆଜି ବିଧାନସଭାର ଚତୁର୍ଥ ଦିବସରେ ପ୍ରବଳ ହଟ୍ଟଗୋଳ ଯୋଗୁ ଚାଲିପାରିଲା ନାହିଁ ଗୃହ। ଶାସକ-ବିରୋଧୀ ମୁହାଁମୁହିଁ ହୋଇ ଆଜି ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଅଣାଯିବା ଓ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ କହିବାର ସୁଯୋଗ ନଦେବାକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଅପରାହ୍ନ ୪ଟା ଯାଏ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।




