୬ରୁ କଳାବ୍ୟାଜ ପିନ୍ଧିବେ ଆୟୁଷ ଛାତ୍ର ସଙ୍ଗଠନ

ଭୁବନେଶ୍ୱର : ଦାବି ପୂରଣ ନହେଲେ ୬ ତାରିଖରୁ କଳାବ୍ୟାଜ ପରିଧାନ କରିବେ ଆୟୁଷ ଛାତ୍ର ସଙ୍ଗଠନ । ଡାକ୍ତରଙ୍କ ପରେ ଏବେ ଆୟୁଷ ଛାତ୍ର ସଙ୍ଗଠନ ସରକାରଙ୍କୁ ନିଶାଣ କରିଛି। ୮ ଦଫା ଦାବି ନେଇ ପୂର୍ବରୁ ଅନେକ ଥର ଛାତ୍ର ସଙ୍ଗଠନ ରାସ୍ତାକୁ ଓହ୍ଲାଇ ଥିବାବେଳେ ସରକାର ମଧ୍ୟ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ,କିନ୍ତୁ ଏପର୍ଯ୍ୟନ୍ତ ଦାବି ପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ। ଏହାକୁ ନେଇ […]

୬ରୁ କଳାବ୍ୟାଜ ପିନ୍ଧିବେ ଆୟୁଷ ଛାତ୍ର ସଙ୍ଗଠନ
Samaya Live Picture
Published On

ଭୁବନେଶ୍ୱର : ଦାବି ପୂରଣ ନହେଲେ ୬ ତାରିଖରୁ କଳାବ୍ୟାଜ ପରିଧାନ କରିବେ ଆୟୁଷ ଛାତ୍ର ସଙ୍ଗଠନ । ଡାକ୍ତରଙ୍କ ପରେ ଏବେ ଆୟୁଷ ଛାତ୍ର ସଙ୍ଗଠନ ସରକାରଙ୍କୁ ନିଶାଣ କରିଛି। ୮ ଦଫା ଦାବି ନେଇ ପୂର୍ବରୁ ଅନେକ ଥର ଛାତ୍ର ସଙ୍ଗଠନ ରାସ୍ତାକୁ ଓହ୍ଲାଇ ଥିବାବେଳେ ସରକାର ମଧ୍ୟ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ,କିନ୍ତୁ ଏପର୍ଯ୍ୟନ୍ତ ଦାବି ପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଆସନ୍ତା ୫ ତାରିଖ ମଧ୍ୟରେ ସରକାର ଦାବି ପୂରଣ ନକଲେ ଆୟୁଷ ଛାତ୍ର ସଙ୍ଗଠନ ୬ରୁ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବ ବୋଲି ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଯୋଗେ ଅବଗତ କରାଯାଇଛି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ଉଭୟ ହୋମିଓପାଥି ଓ ଆୟୁର୍ବେଦ ଭେଷଜ ମହାବିଦ୍ୟାଳୟରେ ଭିତ୍ତିଭୂମି ସୁଦୃଢ଼ ସହିତ ଓପିଏସସି ଜରିଆରେ ନୂଆ ପଦ ସୃଷ୍ଟି, ସମସ୍ତ ଆୟୁଷ ମହାବିଦ୍ୟାଳୟରେ ଗଭର୍ଣ୍ଣିଂ ବଡ଼ି ପୁନଃ ଗଠନ, ଷ୍ଟାଇପେଣ୍ଡ ବୃଦ୍ଧି ସହିତ ସ୍ବତନ୍ତ୍ର ଆୟୁଷ ବିଭାଗ ଆଦି ୮ଦଫା ଦାବି କରିଛି ଅଲ୍ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନ। ପୂର୍ବ ସରକାର ସମୟରେ ମଧ୍ୟ ସମାନ ଦାବି ଉପସ୍ଥାପନ କରିଥିଲା। ମାତ୍ର ସମସ୍ତ ପ୍ରତିଶୃତି ଏବେ ପାଣିର ଗାଁର ସଦୃଶ ହୋଇଛି ପ୍ରତିକ୍ରିୟା ଦେଇଛି ସଂଗଠନ ।

Tags: