ପ୍ରେସ୍କିପସନ ରୁ ମୁକ୍ତି ଦେବ ‘ଆଭା’ କାର୍ଡ
ଭୁବନେଶ୍ୱର : ଆଉ ମାଳ ମାଳ ପ୍ରେସକ୍ରିପସନ ଧରି ବୁଲିବେନି ରୋଗୀ । ଏଣିକି ଗୋଟିଏ କାର୍ଡରେ ରହିବ ରୋଗୀଙ୍କ ଡାଟା । ରୋଗୀଙ୍କୁ ବାରମ୍ବାର ପ୍ରେସ୍କିପସନ ଧରି ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ ନାହିଁ । ଫେବୃଆରୀ ପୂର୍ବରୁ ରାଜ୍ୟରେ ଲାଗୁ ହେବ’ଆଭା’ କାର୍ଡ । ଏହାର ନାଁ ରହିବ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ । ଏହି କାର୍ଡ ରେ ରୋଗୀଙ୍କର ସମସ୍ତ ତଥ୍ୟ ରହିବ । ଅନଲାଇନ ମାଧ୍ୟମରେ ଏହାର ରେଜିଷ୍ଟ୍ରସନ କରି […]
ଭୁବନେଶ୍ୱର : ଆଉ ମାଳ ମାଳ ପ୍ରେସକ୍ରିପସନ ଧରି ବୁଲିବେନି ରୋଗୀ । ଏଣିକି ଗୋଟିଏ କାର୍ଡରେ ରହିବ ରୋଗୀଙ୍କ ଡାଟା । ରୋଗୀଙ୍କୁ ବାରମ୍ବାର ପ୍ରେସ୍କିପସନ ଧରି ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ ନାହିଁ । ଫେବୃଆରୀ ପୂର୍ବରୁ ରାଜ୍ୟରେ ଲାଗୁ ହେବ’ଆଭା’ କାର୍ଡ । ଏହାର ନାଁ ରହିବ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ । ଏହି କାର୍ଡ ରେ ରୋଗୀଙ୍କର ସମସ୍ତ ତଥ୍ୟ ରହିବ । ଅନଲାଇନ ମାଧ୍ୟମରେ ଏହାର ରେଜିଷ୍ଟ୍ରସନ କରି ପାରିବେ । ଏହାର QR କୋଡ଼ ସ୍କାନ କଲେ ପୂର୍ବ ରୋଗ ସମ୍ବନ୍ଧୀୟ ସମସ୍ତ ତଥ୍ୟ ମିଳିପାରିବ । ଲୋକ ସଂଖ୍ୟା ଅନୁସାରେ ଆଭା କାର୍ଡ ରେଜିଷ୍ଟ୍ରସନ କରିପାରିବେ । ନାସନାଲ ହେଲଥ ଅଥରିଟି ଅଧୀନରେ ରହିବ ଆଭା କାର୍ଡ । ଏନେଇ ସୂଚନା ଦେଇଛନ୍ତି ସ୍ଵାସ୍ତ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ତେବେ କେଉଁ ତାରିଖ ମଧ୍ୟରେ ଏହା ମିଳିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଦିଆଯାଇନଥିବା ବେଳେ ଫେବୃଆରୀ ପୂର୍ବରୁ ବଣ୍ଟନ କରାଯିବା ନେଇ ଯୋଜନା କରାଯାଇଥିବା କହିଛନ୍ତି ମନ୍ତ୍ରୀ । ଅନଲାଇନରେ ଏହି କାର୍ଡ ଆବେଦନ କରିପାରିବେ ଲୋକେ । ବର୍ତ୍ତମାନ ଠାରୁ ହିଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆୟୁଷ୍ମାନ କାର୍ଡ ସହିତ ଏହା ମିଳିବ ।




