SCB ରେ ଶବ ବ୍ୟବଚ୍ଛେଦ ବନ୍ଦ!
କଟକ : କଟକ ଏସସିବି ମେଡିକାଲ ଶବ ବ୍ୟବଚ୍ଛେଦ ଗୃହରେ ଅବ୍ୟବସ୍ଥା । ବନ୍ଦ ରହିଲା ଶବ ବ୍ୟବଚ୍ଛେଦ ଗୃହ I ଗୃହ ବାହାରେ ଏବଂ ଭିତରେ ଲହଡି ଭାଙ୍ଗୁଛି ନର୍ଦ୍ଦମା ପାଣି I ଆଜି ସକାଳ ୯ଟାରୁ ଆରମ୍ଭ ହେବାକୁ ଥିବା ଶବ ବ୍ୟବଚ୍ଛେଦ ବର୍ତ୍ତମାନ ଯାଏ ବନ୍ଦ ପଡିଛି। ବାହାରେ ଟ୍ରଲିରେ ଶବଗୁଡିକ ପଡିରହିଥିବା ଦେଖିବାକୁ ମିଳିଛି। ଏସସିବିରେ ପ୍ରତିଦିନ ୪୦-୫୦ ଶବ ବ୍ୟବଚ୍ଛେଦ କରାଯାଇଥାଏ। ଏସସିବିରେ ଏହି ଅବ୍ୟବସ୍ଥା ଆଜିର ନୁହେଁ,ବାରମ୍ବାର ନର୍ଦ୍ଦମା […]
କଟକ : କଟକ ଏସସିବି ମେଡିକାଲ ଶବ ବ୍ୟବଚ୍ଛେଦ ଗୃହରେ ଅବ୍ୟବସ୍ଥା । ବନ୍ଦ ରହିଲା ଶବ ବ୍ୟବଚ୍ଛେଦ ଗୃହ I ଗୃହ ବାହାରେ ଏବଂ ଭିତରେ ଲହଡି ଭାଙ୍ଗୁଛି ନର୍ଦ୍ଦମା ପାଣି I ଆଜି ସକାଳ ୯ଟାରୁ ଆରମ୍ଭ ହେବାକୁ ଥିବା ଶବ ବ୍ୟବଚ୍ଛେଦ ବର୍ତ୍ତମାନ ଯାଏ ବନ୍ଦ ପଡିଛି। ବାହାରେ ଟ୍ରଲିରେ ଶବଗୁଡିକ ପଡିରହିଥିବା ଦେଖିବାକୁ ମିଳିଛି।
ଏସସିବିରେ ପ୍ରତିଦିନ ୪୦-୫୦ ଶବ ବ୍ୟବଚ୍ଛେଦ କରାଯାଇଥାଏ। ଏସସିବିରେ ଏହି ଅବ୍ୟବସ୍ଥା ଆଜିର ନୁହେଁ,ବାରମ୍ବାର ନର୍ଦ୍ଦମା ପାଣି ବ୍ୟବଚ୍ଛେଦ ଗୃହରେ ପଶିଥାଏ ବୋଲି ଅଭିଯୋଗ ହୋଇଛି। ଗତକାଲିଠୁ ପୋଷ୍ଟମର୍ଟମ ଗୃହର ଏପରି ଅବ୍ୟବସ୍ଥା ଦେଖାଯାଇଥିବା ସୂଚନା ମିଳିଛି । ତେବେ କିଛି ସ୍ଥାନୀୟ ଲୋକେ କହୁଛନ୍ତି ୨୦ରୁ ୨୫ ବର୍ଷ ହେଲାଣି ବ୍ୟବଚ୍ଛେଦ ଗୃହରେ ନର୍ଦ୍ଦମା ପାଣି ପଶୁଛି Iଡାକ୍ତରମାନେ ଶବ ବ୍ୟବଚ୍ଛେଦ କରିବା ପାଇଁ ଆସିବାବେଳେ ପେଣ୍ଟ ଟେକି ଟେକି ଆସିଥାନ୍ତି। ଆଜିଯାଏଁ ଏହାର ସମାଧାନ ପ୍ରତି ଏସସିବି ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ I ଆଜିର ଘଟଣା ସମ୍ପର୍କରେ ଏସସିବି କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ I




