ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା,୧ ମୃତ ୭ ଗୁରୁତର

ତିଗିରିଆ : ଅଟୋ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା I ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି I ଏହି ଘଟଣା ଘଟିଛି ଆଜି ସକାଳେ କଟକ ଜିଲ୍ଲା ତିଗିରିଆ ଥାନା ଖୁଣ୍ଟୁଣୀ ନରସିଂହପୁର ଠାରେ I ଘଟଣାସ୍ଥଳରୁ ସମସ୍ତ ମୃତାହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତି କରାଯାଇଛି I ମୃତ ବ୍ୟକ୍ତି ଜଣଙ୍କ ହେଲେ କଟକ ବୟାଳିସିମଉଜାର ପ୍ରଭାତ ନାୟକ( ୨୫)। ୬ଜଣ ଆହତଙ୍କ ଘର କଟକ ବୟାଳିସିମଉଜାର ହୋଇଥିବା ବେଳେ […]

Samaya Live Picture
Published On

ତିଗିରିଆ : ଅଟୋ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା I ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି I ଏହି ଘଟଣା ଘଟିଛି ଆଜି ସକାଳେ କଟକ ଜିଲ୍ଲା ତିଗିରିଆ ଥାନା ଖୁଣ୍ଟୁଣୀ ନରସିଂହପୁର ଠାରେ I ଘଟଣାସ୍ଥଳରୁ ସମସ୍ତ ମୃତାହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତି କରାଯାଇଛି I ମୃତ ବ୍ୟକ୍ତି ଜଣଙ୍କ ହେଲେ କଟକ ବୟାଳିସିମଉଜାର ପ୍ରଭାତ ନାୟକ( ୨୫)। ୬ଜଣ ଆହତଙ୍କ ଘର କଟକ ବୟାଳିସିମଉଜାର ହୋଇଥିବା ବେଳେ ଜଣଙ୍କର ଜଣାପଡିନାହିଁ।

ଆଜି ସକାଳେ ଏକ ଅଟୋରେ ଚାଳକଙ୍କ ସମେତ ସମେତ ୭ଜଣ ଅଟୋରେ ଯାଉଥିଲେ। ଏହି ସମୟରେ ପାଞ୍ଚଗାଁ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ଅଟୋର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଅଟୋଟି ରାସ୍ତା କଡ଼କୁ ଓଲଟି ପଡ଼ି ରାସ୍ତା କଡ଼ରେ ମାଛ ବିକ୍ରି କରୁଥିବା ଜଣେ ବ୍ୟବସାୟୀଙ୍କ ଉପରେ ପଡ଼ିଥିଲା। ମାଛ ବ୍ୟବସାୟୀ ମଧ୍ୟ ଦୁର୍ଘଟଣାରେ ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଆଠଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Tags: