ଅଟୋ – ସ୍କର୍ପିଓ ମୁହାଁମୁହିଁ ଧକ୍କା ୨ ମୃତ
ବାରିପଦା : ସୋମବାର ସକାଳୁ ସକାଳୁ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋ ସହିତ ସ୍କର୍ପିଓ ମୁହାଁ ମୁହିଁ ଧକା ହେବାରୁ ୨ ଜଣ ଅଟୋ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୟୁରଭଞ୍ଜ ଜିଲ୍ଲା ବାରିପଦା ୧୮ ନମ୍ବର ଜାତୀୟ ରାଜପଥର ମଞ୍ଚାବନ୍ଧା ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ମୃତକଙ୍କର ପରିଚୟ ମିଳିପାରି ନଥିବାବେଳେ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଆଜି ସକାଳେ […]
ବାରିପଦା : ସୋମବାର ସକାଳୁ ସକାଳୁ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋ ସହିତ ସ୍କର୍ପିଓ ମୁହାଁ ମୁହିଁ ଧକା ହେବାରୁ ୨ ଜଣ ଅଟୋ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୟୁରଭଞ୍ଜ ଜିଲ୍ଲା ବାରିପଦା ୧୮ ନମ୍ବର ଜାତୀୟ ରାଜପଥର ମଞ୍ଚାବନ୍ଧା ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ମୃତକଙ୍କର ପରିଚୟ ମିଳିପାରି ନଥିବାବେଳେ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଆଜି ସକାଳେ ବାରିପଦା ରୁ ବେତନଟୀ ଆଡକୁ ଏକ ସ୍କୋର୍ପିଓ ଯାଉଥିଲା । ଏହି ସମୟରେ ବାରିପଦା ୧୮ ନମ୍ବର ଜାତୀୟ ରାଜପଥ ମଞ୍ଚାବନ୍ଧା ନିକଟରେ ଏକ ବ୍ୟାଟେରୀ ଚାଳିତ ଅଟୋକୁ ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ଅଟୋ ଚାଳକଙ୍କ ସହିତ ଆଉ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ତେବେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ହସ୍ପିଟାଲକୁ ପଠାଇଛି । ଏହାସହିତ ଘଟଣାର ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ ।




