୨୦ ଫୁଟ ତଳକୁ ଖସିଲା ଅଟୋ,ଚାଳକ ମୃତ
ଗୋଛାପଡା : ଦୀପାବଳି ଯାତ୍ରା ଦେଖି ଫେରୁଥିବାବେଳେ ପୋଲ ତଳକୁ ଖସିପଡିଲା ଅଟୋ। ତଟି ୨୦ ଫୁଟ ତଳକୁ ଖସି ପଡିବା ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି I ଗତକାଲି ବିଳମ୍ବିତ ରାତିରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ତେଲିମୁଣ୍ଡା ନିକଟ ପୋଲ ଉପରେ ଏହି ଦୁର୍ଘଟଣା ଘଟିଥିଲା । ମୃତକ ହେଲେ ରତଙ୍ଗ ପଞ୍ଚାୟତ ଡେଲାପଦର ଗ୍ରାମର କାର୍ତ୍ତିକ ମାଝୀଙ୍କ ପୁଅ ସିଦ୍ଧାନ୍ତ ମାଝୀ (୨୨) l ସିଦ୍ଧାନ୍ତ ଗତକାଲି ରାତି ୮ଟାରେ ଭଡ଼ା ସୂତ୍ରରେ […]
ଗୋଛାପଡା : ଦୀପାବଳି ଯାତ୍ରା ଦେଖି ଫେରୁଥିବାବେଳେ ପୋଲ ତଳକୁ ଖସିପଡିଲା ଅଟୋ। ତଟି ୨୦ ଫୁଟ ତଳକୁ ଖସି ପଡିବା ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି I ଗତକାଲି ବିଳମ୍ବିତ ରାତିରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ତେଲିମୁଣ୍ଡା ନିକଟ ପୋଲ ଉପରେ ଏହି ଦୁର୍ଘଟଣା ଘଟିଥିଲା । ମୃତକ ହେଲେ ରତଙ୍ଗ ପଞ୍ଚାୟତ ଡେଲାପଦର ଗ୍ରାମର କାର୍ତ୍ତିକ ମାଝୀଙ୍କ ପୁଅ ସିଦ୍ଧାନ୍ତ ମାଝୀ (୨୨) l ସିଦ୍ଧାନ୍ତ ଗତକାଲି ରାତି ୮ଟାରେ ଭଡ଼ା ସୂତ୍ରରେ ନିଜ ଅଟୋରେ କିଛି ଯାତ୍ରୀଙ୍କୁ ନେଇ ନୂଆପଦରରେ ହେଉଥିବା କାଳୀ ପୂଜା ଯାତ୍ରାକୁ ଯାଇଥିଲେ। କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ ଆଜି ସକାଳୁ ବନ୍ଧ ଗଡ଼ ନିକଟ ତେଲିମୁଣ୍ଡା ବ୍ରିଜ ତଳେ ପାଣି ଭିତରେ ଏକ ଅଟୋ ବୁଡ଼ି ରହିଥିବା ଦେଖିବାକୁ ମିଳିଥିଲା।
ଖବର ପାଇ ଫିରିଙ୍ଗିଆ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଘଟଣା ସ୍ଥଳରେ ପହଞ୍ଚି ଅଟୋଟିକୁ ବାହାର କରିବା ବେଳେ ପାଣି ଭିତରେ ଥିବା ସିଦ୍ଧାନ୍ତଙ୍କ ମୃତଦେହ ବାହାର କରାଯାଇ ଶବ ବ୍ୟବଚ୍ଛେଦ କରିବା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ତେବେ କେଉଁ ପରିସ୍ଥିତିରେ ସିଦ୍ଧାନ୍ତଙ୍କ ଅଟୋଟି ବ୍ରିଜ ତଳକୁ ଖସିଲା ଓ କିଭଳି ଭାବେ ତାଙ୍କର ମୃତ୍ୟ ଘଟିଲା ତାହାର ଅଧିକ ତଦନ୍ତ ଫିରିଙ୍ଗିଆ ପୋଲିସ ଆରମ୍ଭ କରିଛି। ମୃତକ ସିଦ୍ଧାନ୍ତ ଫିରିଙ୍ଗିଆ କଲେଜରେ ପଢ଼ୁଥିବା ବେଳେ,ଗତ ଏକମାସ ହେବ ଏକ ଅଟୋ କିଣି ଚଳାଇବା ସହ ନିଜ ପଢାଖର୍ଚ୍ଚ ତୁଲାଉଥିଲେ I ସିଦ୍ଧାନ୍ତଙ୍କ ମୃତ୍ୟୁରେ ଫିରିଙ୍ଗିଆ କଲେଜ ସହ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି I




