ବର୍ଷାଙ୍କ ପାଇଁ ବନ୍ଧୁତ୍ୱର ବାର୍ତା ପଠାଇଲେ ଅନୁଭବ

କଟକ : ସୋସିଆଲ ମିଡିଆରେ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ସଂସଦ ଅନୁଭବ ମହାନ୍ତି ଦେଇଛନ୍ତି ବନ୍ଧୁତ୍ୱର ବାର୍ତା । ଏହି ଦୁଇ ଓଲିଉଡ଼ ତାରକାଙ୍କ ମଧ୍ୟରେ ପାରିବାରିକ ବିବାଦ ଥମି ନଥିବାବେଳେ ଅନୁଭବ ମହାନ୍ତିଙ୍କ ଭାବପ୍ରବଣ ପୋଷ୍ଟକୁ ନେଇ ଚର୍ଚ୍ଚା ଚାଲିଛି I ନିଜ ଏକ୍ସ ହ୍ୟାଣ୍ଡଲରେ ବର୍ଷାଙ୍କ ବିବାହ ପରେ ବିଦାୟ ବେଳର ଫଟୋ ପୋଷ୍ଟ କରିଛନ୍ତି ଅନୁଭବ। ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ମୁଁ ତୁମକୁ ହୃଦୟରୁ ଭଲ ପାଏ। ତେବେ […]

Samaya Live Picture
Published On

କଟକ : ସୋସିଆଲ ମିଡିଆରେ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ସଂସଦ ଅନୁଭବ ମହାନ୍ତି ଦେଇଛନ୍ତି ବନ୍ଧୁତ୍ୱର ବାର୍ତା । ଏହି ଦୁଇ ଓଲିଉଡ଼ ତାରକାଙ୍କ ମଧ୍ୟରେ ପାରିବାରିକ ବିବାଦ ଥମି ନଥିବାବେଳେ ଅନୁଭବ ମହାନ୍ତିଙ୍କ ଭାବପ୍ରବଣ ପୋଷ୍ଟକୁ ନେଇ ଚର୍ଚ୍ଚା ଚାଲିଛି I

ନିଜ ଏକ୍ସ ହ୍ୟାଣ୍ଡଲରେ ବର୍ଷାଙ୍କ ବିବାହ ପରେ ବିଦାୟ ବେଳର ଫଟୋ ପୋଷ୍ଟ କରିଛନ୍ତି ଅନୁଭବ। ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ମୁଁ ତୁମକୁ ହୃଦୟରୁ ଭଲ ପାଏ। ତେବେ କୌଣସି କାରଣରୁ ଆମ ବିବାହ ବିଫଳ ହୋଇଛି। ବିବାହ ବିଚ୍ଛେଦ ପରେ କ’ଣ ଆମେ ଭଲ ବନ୍ଧୁ ହୋଇ ରହିପାରିବା ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ ।

ଆମେ ଦୁଇ ଜଣ ଅଲଗା ହେବା ପ୍ରକ୍ରିୟା ଅସୁନ୍ଦର ହେଉ ବୋଲି ମୁଁ ଚାହେଁନି। ଯେହେତୁ ବିଚ୍ଛେଦ ସୁନିଶ୍ଚିତ। ଏହା ସମ୍ମାନଜନକ ହେଉ,ତିକ୍ତତା ନ ହେଉ ବୋଲି ଅନୁଭବ ଲେଖିଛନ୍ତି । ଏହା ସହ ଅନୁଭବ ବର୍ଷାଙ୍କ ପାଇଁ ପ୍ରଣାମ ମୁଦ୍ରାର ଇମୋଜି ପୋଷ୍ଟ କରିଛନ୍ତି। ଏହାସହ ତୁରନ୍ତ ଉତ୍ତର ଦେବାକୁ ମଧ୍ୟ ଲେଖିଛନ୍ତି।

ସୂଚନାନୁସାରେ,ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଦୀର୍ଘ ଦିନ ଧରି ଚାଲିଛି। ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ମାମଲା ଏଯାଏଁ ସମାଧାନ ହୋଇ ନାହିଁ I କିନ୍ତୁ ଏହା ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଉଭୟେ ଉଭୟଙ୍କୁ ଆକ୍ଷେପ ମୂଳକ ପୋଷ୍ଟ କରିଥାନ୍ତି। ଯାହାକୁ ନେଇ କୋର୍ଟ ଯାଏଁ ମାମଲା ଯାଇ ପହଞ୍ଚିଥିଲା I ପରିବାର ଅଦାଲତରେ ଗତ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏହି ମାମଲାର ଶୁଣାଣି ଚାଲିଥିଲା। ରାୟ ବିଳମ୍ବ ହେଉଥିବାରୁ ଅନୁଭବ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ଉଚ୍ଚ ନ୍ୟାୟାଳୟ ସେପ୍ଟେମ୍ବର ଶେଷ ସୁଦ୍ଧା ମାମଲାର ତ୍ବରିତ ଶୁଣାଣି କରିବା ସହ ଅନ୍ତ ଘଟାଇ ରାୟ ପ୍ରକାଶ କରିବାକୁ ପରିବାର ଅଦାଲତକୁ ନିର୍ଦେଶ ଦେଇଥିଲେ। ତେବେ କଟକ ପରିବାର ଅଦାଲତ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଛନ୍ତି। ସାଂସଦ ଅନୁଭବ ମହାନ୍ତି ନ୍ୟାୟାଳୟରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିବା ବେଳେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ଆବେଦନ କରିଥିଲେ। ୨୦୨୦ରେ ଦିଲ୍ଲୀ ପଟିୟାଲା କୋର୍ଟରେ ଛାଡ଼ପତ୍ର ମାମଲା କରିଥିଲେ ସାଂସଦ । ମାମଲା କଟକ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟରେ ବର୍ଷା ଆବେଦନ କରିବା ପରେ ହାଇକୋର୍ଟରେ ବିଚାର ଆରମ୍ଭ ହୋଇଥିଲା ।

Tags: