ନିଶା ଦେଇ ବୃଦ୍ଧଙ୍କ ଆଖି ତାଡି ନେବାକୁ ଉଦ୍ୟମ

ବଲାଙ୍ଗୀର : ଲିଫ୍ଟ ଦେବା ବାହାନାରେ ବୃଦ୍ଧଙ୍କ ଆଖି ତାଡି ନେବାକୁ ଉଦ୍ୟମ । ରାସ୍ତାରେ ଚାଲିକି ଯାଉଥିବା ବେଳେ ବୃଦ୍ଧଙ୍କୁ ଅଟକାଇ ନିଶା ଦେଇ ବେହୋସ କରିବା ପରେ ଆଖି ତାଡିନେବା ଉଦ୍ୟମ । ଏଭଳି ଏକ ଅଜବ ଘଟଣା ବଲାଙ୍ଗୀର ଲୋଇସିଂହା ଥାନା ଏନଏଚ ୨୬ ଲୋଇସିଂହା ପେଟ୍ରୋଲ ପମ୍ପନିକଟରେ ଘଟିଛି । ବୃଦ୍ଧ ଜଣଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । […]

Samaya Live Picture
Published On

ବଲାଙ୍ଗୀର : ଲିଫ୍ଟ ଦେବା ବାହାନାରେ ବୃଦ୍ଧଙ୍କ ଆଖି ତାଡି ନେବାକୁ ଉଦ୍ୟମ । ରାସ୍ତାରେ ଚାଲିକି ଯାଉଥିବା ବେଳେ ବୃଦ୍ଧଙ୍କୁ ଅଟକାଇ ନିଶା ଦେଇ ବେହୋସ କରିବା ପରେ ଆଖି ତାଡିନେବା ଉଦ୍ୟମ । ଏଭଳି ଏକ ଅଜବ ଘଟଣା ବଲାଙ୍ଗୀର ଲୋଇସିଂହା ଥାନା ଏନଏଚ ୨୬ ଲୋଇସିଂହା ପେଟ୍ରୋଲ ପମ୍ପନିକଟରେ ଘଟିଛି । ବୃଦ୍ଧ ଜଣଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବୃଦ୍ଧଙ୍କ ସହିତ କାହିଁକି ଏଭଳି ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

ଘଟନାନୁସାରେ,ଲୋଇସିଂହା ବୁରଡା ନିଜ ସମ୍ପର୍କୀୟ ଘରୁ ନିଜଘରକୁ ଫେରୁଥିବା ବେଳେ ଲିଫ୍ଟ ଦେବା ବାହାନାରେ ବୃଦ୍ଧଙ୍କୁ ବାଟରେ ଅଟକାଇ ଥିଲେ ୨ ଜଣ ଦୁର୍ବୁତ୍ତ । ବୃଦ୍ଧଙ୍କ ଘର ନିକଟରେ ଥିବାରୁ ମନା କରିଥିଲେ । ଏହାପରେ ଦୁର୍ବୃତ୍ତମାନେ ବୃଦ୍ଧଙ୍କୁ ବେକ ପଛପଟେ ମାଡି ବସି ତାଙ୍କୁ ନିଶା ଦେଇ ବେହୋସ କରାଇ ଦେଇଥିଲେ । ବେହୋସ ହେବାପରେ ତାଙ୍କ ଆଖି ତାଡିବାକୁ ଉଦ୍ୟମ କରିଥିଲେ । ହେଲେ ଅଧା ଆଖି ବାହାରିବା ବେଳେ ଚେତା ଫେରିପାଇଥିଲେ ବୃଦ୍ଧ । ଏହି ସମୟରେ ବୃଦ୍ଧ ବ୍ୟକ୍ତିଜଣକ ଛଟପଟ ହେବା ସହିତ ଚିତ୍କାର କରିବା କାରଣରୁ ତାଙ୍କୁ ଛାଡି ଫେରାର ହୋଇଯାଇଥିଲେ ଦୁର୍ବୁତ୍ତ । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଵୃଦ୍ଧଙ୍କୁ ଉଦ୍ଧାର କରି ପ୍ରଥମେ ବଲାଙ୍ଗିର ଭୀମଭୋଇ ମେଡିକାଲ ଓ ପରେ ବୁର୍ଲା ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । କିଏ ଓ କାହିଁକି ଏପରି କାଣ୍ଡ ଭିଆଇଲା ତାହା ଜଣାପଡ଼ିନାହିଁ । ବୃଦ୍ଧଙ୍କ ନା ଇନସନ ଝାଙ୍କର ତାଙ୍କଘର ବୁଦେଲ ବାହାଲରେ । ଘଟଣାର ଖବର ପାଇଁ ଲୋଇସିଂହା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Tags: