ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ବବି ଦାସଙ୍କ ଭାଇ ଅଟକ

ଯାଜପୁର:ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଏବଂ ବିରଜା ହାଟ ଗଣ୍ଡୋଗୋଳ ଘଟଣା। ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସାନ ଭାଇ ଭବ ପ୍ରସାଦ ଦାସଙ୍କୁ ପୋଲିସ ଅଟକ ରଖିଛି। ବିଶେଷ ସୂତ୍ରରୁ ଏ ଖବର ଜଣାପଡିଛି। ଏହି ଘଟଣାରେ ମୋଟ ୧୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଥାନା ରେ ଭବ ପ୍ରସାଦ ଦାସ ନାମରେ ୪ଟି ପୃଥକ ପୃଥକ ମାମଲା ରୁଜୁ ହୋଇଥିଲା। ସୂଚନା ଯୋଗ୍ୟ, ଧର୍ମଶାଳା […]

Samaya Live Picture
Published On

ଯାଜପୁର:ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଏବଂ ବିରଜା ହାଟ ଗଣ୍ଡୋଗୋଳ ଘଟଣା। ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସାନ ଭାଇ ଭବ ପ୍ରସାଦ ଦାସଙ୍କୁ ପୋଲିସ ଅଟକ ରଖିଛି। ବିଶେଷ ସୂତ୍ରରୁ ଏ ଖବର ଜଣାପଡିଛି। ଏହି ଘଟଣାରେ ମୋଟ ୧୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଥାନା ରେ ଭବ ପ୍ରସାଦ ଦାସ ନାମରେ ୪ଟି ପୃଥକ ପୃଥକ ମାମଲା ରୁଜୁ ହୋଇଥିଲା।

ସୂଚନା ଯୋଗ୍ୟ, ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ କିଛି ଲୋକ ଆକ୍ରମଣ କରିଥିଲେ। ତାଙ୍କ ଗାଡି ଉପରେ ଆକ୍ରମଣ ହୋଇଥିଲା। ଏ ମାମଲାରେ ପୋଲିସ ଛାନଭିନ ଚଳାଇ ଥିବା ବେଳେ ପୂର୍ବତନ ବିଧାୟକ ବବି ଦାସଙ୍କ ଭାଇକୁ ପୋଲିସ ଅଟକ ରଖିଥିବା ଜଣା ପଡିଛି। ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ନେଇ ରାଜ୍ୟ ରାଜନୀତିରେ ଚାଞ୍ଚଲ୍ୟ ଖେଳି ଯାଇଛି।

Tags: