ଆଥଲେଟ୍ କିଶୋର ଜେନାଙ୍କୁ ମିଳିବ ୨୫ ଲକ୍ଷ ଟଙ୍କା
ଭୁବନେଶ୍ୱର : ଦେଶକୁ ମିଳିଛି ଗୋଲ୍ଡ ମେଡାଲ୍ । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଭାରତକୁ ଐତିହାସିକ ସଫଳତା । ପ୍ରଥମ କରି ଫାଇନାଲ ମ୍ୟାଚରେ ତିନି ତିନି ଜଣ ଭାରତୀୟ ପ୍ରତିଦ୍ୱନ୍ଦିତା କରିବାର ସୁଯୋଗ ପାଇଛନ୍ତି । ୪୦ ବର୍ଷର ଯାତ୍ରାରେ ପ୍ରଥମ କରି ଭାରତକୁ ମିଳିଛି ଏହି ସଫଳତା । ଏହି ସଫଳତାରେ କେବଳ ଭାରତ ନୁହେଁ ଓଡିଶା ବି ଝୁମି ଉଠୁଛି । କାରଣ ପୁରୀ ବ୍ରହ୍ମଗିରିର କିଶୋର ଜେନା ଏହି ବିଶ୍ୱ ଆଥଲେଟିକ୍ସ […]
ଭୁବନେଶ୍ୱର : ଦେଶକୁ ମିଳିଛି ଗୋଲ୍ଡ ମେଡାଲ୍ । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଭାରତକୁ ଐତିହାସିକ ସଫଳତା । ପ୍ରଥମ କରି ଫାଇନାଲ ମ୍ୟାଚରେ ତିନି ତିନି ଜଣ ଭାରତୀୟ ପ୍ରତିଦ୍ୱନ୍ଦିତା କରିବାର ସୁଯୋଗ ପାଇଛନ୍ତି ।
୪୦ ବର୍ଷର ଯାତ୍ରାରେ ପ୍ରଥମ କରି ଭାରତକୁ ମିଳିଛି ଏହି ସଫଳତା । ଏହି ସଫଳତାରେ କେବଳ ଭାରତ ନୁହେଁ ଓଡିଶା ବି ଝୁମି ଉଠୁଛି । କାରଣ ପୁରୀ ବ୍ରହ୍ମଗିରିର କିଶୋର ଜେନା ଏହି ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ଜାଭଲିନ ଥ୍ରୋରେ ପ୍ରତିଦ୍ୱନ୍ଦିତା କରିଥିଲେ । ଫାଇନାଲରେ ପଦକ ହାସଲ କରିପାରିନଥିଲେ ବି ନିରାଶ କରିନାହାନ୍ତି କିଶୋର । ତାଙ୍କ ପ୍ରଦର୍ଶନ ଦେଶ ତଥା ଓଡିଆ ପ୍ରଶଂସକଙ୍କ ହୃଦୟ ଜିତିପାରିଛି । ନିଜର ୫ମ ପ୍ରୟାସରେ ୮୪.୭୭ ମିଟର୍ ଜାଭଲିନ୍ ଫିଙ୍ଗି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଏଥିସହ ସେ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି । ସେ ପ୍ରଥମ ପ୍ରୟାସରେ ୭୫.୭୦ ମିଟର ଏବଂ ଦ୍ୱିତୀୟରେ ୮୨.୮୨ ମିଟର ଥ୍ରୋ କରିଥିବା ବେଳେ ତୃତୀୟ ଥ୍ରୋ ଫାଉଲ୍ ହୋଇଥିଲା । ଚୂଡାନ୍ତ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସରେ କିଶୋର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ୮୪.୭୭ ମିଟର ଥ୍ରୋ କରିଥିଲେ । ୱାର୍ଲ୍ଡ ଆଥଲେଟକିକ୍ସ ଚାମ୍ପିଅନସିପରେ ସେ ପ୍ରଥମ କରି ଫାଇନାଲରେ ଭାଗ ନେଇଥିଲେ । ଏହାରି ମଧ୍ୟରେ ରାଜ୍ୟ ସରକାର କିଶୋରଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଆଥଲେଟ୍ କିଶୋର ଜେନାଙ୍କୁ ମିଳିବ ୨୫ ଲକ୍ଷ ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି ।




