ଜାତୀୟ ସ୍ତରରେ ‘ଇ-ମମତା ୨.୦’କୁ ମିଳିଲା ସିଲଭର ସ୍କଚ୍ ଆୱାର୍ଡ
ଭୁବନେଶ୍ୱର :ଓଡ଼ିଶା ସରକାରଙ୍କ ‘ଇ-ମମତା ୨.୦’ ( ମହିଳା ଓ ଶିଶୁ ବିକାଶ ବିଭାଗ) ଦିଲ୍ଲୀର ସମ୍ବିଧାନ କ୍ଲବରେ ଜାତୀୟ ସ୍ତରରେ ସମ୍ମାନଜନକ ସିଲଭର ସ୍କଚ ଆୱାର୍ଡ ପୁରସ୍କାର ହାସଲ କରିଛି । ଓଡ଼ିଶାର ମା’ ଓ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ସହ ଗର୍ଭବତୀ ଓ ପ୍ରସୂତୀ ମା’ ଏବଂ ସେମାନଙ୍କ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଓ ପୁଷ୍ଟିକର ସ୍ଥିତିରେ ଉଲ୍ଲେଖନୀୟ ରୂପାନ୍ତରଣ ନିମନ୍ତେ ଏହି ଯୋଜନାକୁ ପୁରସ୍କୃତ କରାଯାଇଛି । ଏଥିନିମନ୍ତେ ଚଳିତ ମାସ […]
ଭୁବନେଶ୍ୱର :ଓଡ଼ିଶା ସରକାରଙ୍କ ‘ଇ-ମମତା ୨.୦’ ( ମହିଳା ଓ ଶିଶୁ ବିକାଶ ବିଭାଗ) ଦିଲ୍ଲୀର ସମ୍ବିଧାନ କ୍ଲବରେ ଜାତୀୟ ସ୍ତରରେ ସମ୍ମାନଜନକ ସିଲଭର ସ୍କଚ ଆୱାର୍ଡ ପୁରସ୍କାର ହାସଲ କରିଛି । ଓଡ଼ିଶାର ମା’ ଓ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ସହ ଗର୍ଭବତୀ ଓ ପ୍ରସୂତୀ ମା’ ଏବଂ ସେମାନଙ୍କ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଓ ପୁଷ୍ଟିକର ସ୍ଥିତିରେ ଉଲ୍ଲେଖନୀୟ ରୂପାନ୍ତରଣ ନିମନ୍ତେ ଏହି ଯୋଜନାକୁ ପୁରସ୍କୃତ କରାଯାଇଛି ।
ଏଥିନିମନ୍ତେ ଚଳିତ ମାସ ୧୦ ତାରିଖରେ ନୂଆଦିଲ୍ଲୀ ସ୍ଥିତ କନଷ୍ଟିଚ୍ୟୁସନ୍ କ୍ଲବ୍ ଅଫ ଇଣ୍ଡିଆ ଠାରେ ଆୟୋଜିତ ଜାତୀୟ ସମ୍ମାନ ପ୍ରଦାନ ଉତ୍ସବରେ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ ଓ ମମତା ଯୋଜନାର ଷ୍ଟେଟ୍ ପ୍ରୋଗ୍ରାମ ସଂଯୋଜକ ଉପସ୍ଥିତ ରହି ଏହି ସମ୍ମାନ ଗ୍ରହଣ କରିଛନ୍ତି ।
ସୂଚନାଯୋଗ୍ୟ କି ମା’ ଓ ଶିଶୁ ମୃତୁ୍ୟ ହାର ହ୍ରାସ କରିବା ଲକ୍ଷ୍ୟ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୧୧ ମସିହାରେ ଆରମ୍ଭ କରାଯାଇଥିଲା ଏକ ସର୍ତ୍ତମୂଳକ ଅର୍ଥରାଶି ହସ୍ତାନ୍ତର ଯୋଜନା – ମମତା । ଏହି ଯୋଜନାରେ ଆଜି ପର୍ଯ୍ୟନ୍ତ ଓଡ଼ିଶାର ପ୍ରାୟ ୬୦ ଲକ୍ଷରୁ ଊଦ୍ଧ୍ୱର୍ ଗର୍ଭବତୀ ମହିଳା ଓ ପ୍ରସୂତୀ ମା’ମାନଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁବିଧା ଯୋଗାଇଦେବା ସହ ୨୮୯୯ କୋଟି ଟଙ୍କାରୁ ଊର୍ଧ୍ୱର ଅର୍ଥ ରାଶି ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ହସ୍ତାନ୍ତରିତ କରାଯାଇଛି । ୫-‘ଟି’ ରୂପାନ୍ତରଣରେ ଏହି ଯୋଜନାର ସଫଳ ରୂପାୟନ ହେଉଛି । ମମତା ଯୋଜନାକୁ ଲୋକାଭିମୁଖୀ କରିବା ଦିଗରେ ‘ଇ-ମମତା ୨.୦’ ଆପ୍ଲିକେସନର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଜାତୀୟ ସ୍ତରରେ ଏହି ‘ଇ-ମମତା ୨.୦’ ଆପ୍ଲିକେସନକୁ ଭୂୟସୀ ପ୍ରଶଂସା କରାଯାଇଛି ।




