ସକାଳ ୮ ଟା ବେଳକୁ ଜଳିଲାଣି ବାରିପଦା

ଭୁବନେଶ୍ୱର : ସକାଳୁ ସକାଳୁ ଜାରି ରହିଛି ଗ୍ରୀଷ୍ମ ପ୍ରବାହ I ମେ ୧ ତାରିଖ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତନ ନହେବା ନେଇ ସୂଚନା ରହିଛି I ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି। ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ଜଳୁଥିବା ବେଳେ କିଛି କିଛି ଜାଗାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ସକାଳ ୮ରୁ ପାରଦ ଊର୍ଦ୍ଧ୍ବମୁଖା ହୋଇ ୩୮ଡିଗ୍ରୀ ଛୁଇଁଯାଉଛି। ୧୧ଟା ନ ବାଜୁଣୁ ୪୦ ଡିଗ୍ରୀ ଡେଇଁ ଯାଉଛି। ଫଳରେ ସକାଳୁ ରାସ୍ତାଘାଟ […]

Samaya Live Picture
Published On

ଭୁବନେଶ୍ୱର : ସକାଳୁ ସକାଳୁ ଜାରି ରହିଛି ଗ୍ରୀଷ୍ମ ପ୍ରବାହ I ମେ ୧ ତାରିଖ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତନ ନହେବା ନେଇ ସୂଚନା ରହିଛି I ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି। ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ଜଳୁଥିବା ବେଳେ କିଛି କିଛି ଜାଗାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ସକାଳ ୮ରୁ ପାରଦ ଊର୍ଦ୍ଧ୍ବମୁଖା ହୋଇ ୩୮ଡିଗ୍ରୀ ଛୁଇଁଯାଉଛି। ୧୧ଟା ନ ବାଜୁଣୁ ୪୦ ଡିଗ୍ରୀ ଡେଇଁ ଯାଉଛି। ଫଳରେ ସକାଳୁ ରାସ୍ତାଘାଟ ଶୂନଶାନ୍‌ ହୋଇଯାଉଛି।ସେହିପରି ଆଜି ସାକାଳୁ ୮ଟା ବେଳକୁ ବାରିପଦାର ତାପମାତ୍ରା ୩୬ ଡିଗ୍ରୀ ସହ ସବୁଠାରୁ ଉତପ୍ତ ସହର ପାଲଟିଛି I ବର୍ତ୍ତମାନ ଆହୁରି ୩ ଦିନ ଯାଏଁ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ I ମେ ୧ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି। ମେ ୨ ରୁ ୪ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ରହିବ ସାମୁଦ୍ରିକ ଝଡ଼ର ପ୍ରଭାବ। ଯାହା ପ୍ରଭାବରେ ଉପକୂଳରେ ତାପମାତ୍ରା ୨ରୁ ୩ ଡିଗ୍ରି ଖସିବା ସହ ଆର୍ଦ୍ରତା ପ୍ରଭାବରେ ଲାଗି ରହିବ ଗୁଳୁଗୁଳି। ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ସାମୁଦ୍ରିକ ଝଡ଼ର ପ୍ରଭାବ ହେଲେ ବି ରାଜ୍ୟରେ ଉଷ୍ମ ଦିନ ଅନୁଭୂତ ହେବ। ଏଭଳି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

ସେପଟେ ଆଜି ପାଇଁ ରାଜ୍ୟର କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, କଟକ ୧୦ଟି ଜିଲ୍ଲାକୁ ଅତ୍ୟଧିକ ଗରମ ପାଇଁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ତାହା ଅନୁଯାୟୀ, ବାରିପଦାରେ ତାପମାତ୍ରା ୩୬°, ବାଲେଶ୍ୱରରେ ୩୬°, ମାଲକାନଗିରି ଓ କେନ୍ଦୁଝରରେ ୩୫°, ଭବାନୀପାଟଣାରେ ୩୪.୪°, ଭୁବନେଶ୍ୱରରେ ୩୩.୮°, ଜଗତସିଂହପୁରରେ ୩୩.୪°, ଅନୁଗୁଳରେ,ଟିଟଲାଗଡ଼ ଓ ବୌଦ୍ଧରେ ୩୩° ଏବଂ କଟକ ୩୨.୬° ସେଲସିୟସ୍ ଥିବା ଜଣାଯାଇଚି।

ଅନ୍ୟପଟେ ରାଜ୍ୟରେ ଜଙ୍ଗଲ ନିଆଁ ସଂଲଗ୍ନ ଆଞ୍ଚଳର ତାପମାତ୍ରାକୁ ଦ୍ୱିଗୁଣା କରିଦେଉଛି I ସାରା ରାଜ୍ୟରେ ମାଡି ଚାଲିଛି ଜଙ୍ଗଲ ନିଆଁ I ଏପଟେ ଏପ୍ରିଲ ମାସ ଶେଷ ସୁଦ୍ଧା ରାଜ୍ୟରେ କାଳବୈଶାଖୀ ବର୍ଷା ନାହିଁ କହିଲେ ଚଳେ I ଜଙ୍ଗଲ ନିଆଁ ମନୁଷ୍ୟକୃତ ହୋଇଥିବାବେଳେ ବିନା କାଳବୈଶାଖୀ ବର୍ଷାରେ ଏହା ଲିଭିବା ଅସମ୍ଭବ ମନେ ହେଲାଣି I

ଶିମିଳିପାଳ ନିଆଁ ଯୋଗୁଁ ବାରିପଦା ସହରର ତାପମାତ୍ରା ଅହେତୁକ ଭାବରେ ବଢ଼ିବାରେ ଲାଗିଛି I ଶିମିଳିପାଳ ଅଭୟାରଣ୍ୟରେ ବହୁସ୍ଥାନରେ ନିଆଁ ଲାଗିଛି I ଗୋଟିଏ ପାହାଡ଼ରୁ ଅନ୍ୟ ଗୋଟିଏ ପାହାଡ଼କୁ ନିଆଁ ମାଡିଚାଲିଛି I ନିଆଁ ଯୋଗୁଁ ୨୭୫୦ ବର୍ଗ କିଲୋମିଟର ଅଭୟାରଣ୍ୟ ସହିତ ପ୍ରାଣୀ ଜୀବନ ଏବଂ ଜନ ଜୀବନ ଏବେ ବିପଦରେ I ନିଆଁ ଲିଭାଇବା ପାଇଁ ଓଡ୍ରାଫ ଟିମ ନିୟୋଜିତ ଥିବାବେଳେ ଅସହ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ଅସହ୍ୟ ତାତି ଯୋଗୁଁ ଏହା ଏକ ଚ୍ୟାଲେଞ୍ଜ ପାଲଟିଛି I ଗତକାଲି ସକାଳେ ନିଆଁ ୩୫ ଟି ପଏଣ୍ଟରେ ଲାଗିଥିବାବେଳେ ଦିନବେଳେ ଏହା ବ୍ୟାପିଯାଇ ୪୬ ଟି ପଏଣ୍ଟରେ ପହଁଚି ଥିଲା I ତେବେ ଗତକାଲି ଶିମିଳିପାଳ ଅଂଚଳରେ ତାପମାତ୍ରା ୪୦ ଡିଗ୍ରୀ ରହିଥିବାବେଳେ ନିଆଁ ଧାସରେ ଦିନ ବେଳର ଗୁଳୁଗୁଳି ଗରମ ଅସହ୍ୟ ହୋଇପଡ଼ିଥିଲା I

ସେହିପରି ସୁନ୍ଦରଗଡ଼ ସାରକୁଣ୍ଡା ରିଜର୍ଭ ଫରେଷ୍ଟରେ ନିଆଁ ଲାଗିଛି । ବରସୁଆଁ ବନାଂଚଳ ଅଧିନ ସାରକୁଣ୍ଡା ରିଜର୍ଭ ଫରେଷ୍ଟରେ ନିଆଁ ଲାଗିଛି । ନିଆଁର ପ୍ରକୋପ ଏତେ ରହିଛି ଯେ, ଅନେକ ଦୂରରୁ ମଧ୍ୟ ଦାହା ଦୃଶ୍ୟମାନ ହେଉଛି । ମାଲକାନଗିରି ଠାରୁ MV-17 ପର୍ଯ୍ୟନ୍ତ ଅନେକ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଛି। ନୟାଗଡ଼, ନୁଆପଡା, ନବରଙ୍ଗପୁର ଏବଂ କଳାହାଣ୍ଡିରେ ପରିସ୍ଥିତି ଗୁରୁତର ହୋଇଛି। ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ସହିତ ଏହି ଜଙ୍ଗଲ ନିଆଁ ଏବେ ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି I ବିଶେଷକରି ଏହି ଜଙ୍ଗଲଗୁଡିକରେ ମନୁଷ୍ୟକୃତ ଅଗ୍ନିକାଣ୍ଡ ଯୋଗୁଁ ପାହାଡ ଓ ଜଙ୍ଗଲ ନିକଟରେ ରହୁଥିବା ଲୋକଙ୍କ ସମସ୍ୟା ଅସହ୍ୟ ହେଲାଣି I ଅନେକ ସ୍ଥାନରେ ବନ କର୍ମଚାରୀମାନେ ପାହାଡ଼ ଉପରେ ଚଢି ନୀଲାନ ଲିଭା କାର୍ଯ୍ୟରେ ନିୟୋଜିତ ରହିଥିଲେ ମଧ୍ୟ ବର୍ଷା ଅଭାବରୁ ନିଆଁକୁ ଆୟତ୍ତ କରିବା ସମ୍ଭବ ହେଉନାହିଁ I ଏହି ବନାଗ୍ନି ଯୋଗୁଁ ବ୍ୟାପକ ଅଞ୍ଚଳରେ ବହୁ ମୂଲ୍ୟବାନ ଗଛ ପୋଡି ଯାଉଥିବା ବେଳେ ବନ୍ୟଜନ୍ତୁମାନେ ଜନବସତି ମୁହାଁ ହେଉଛନ୍ତି।

Tags: