ଭୁବନେଶ୍ୱର-ଅଯୋଧ୍ୟା ମଧ୍ୟରେ ଶୁଭାରମ୍ଭ ହେଲା ଆସ୍ଥା ସ୍ପେଶାଲ ଟ୍ରେନ
ଭୁବନେଶ୍ୱର : ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କ ଦର୍ଶନାର୍ଥେ ଶୁଭାରମ୍ଭ ହେଲା ଭୁବନେଶ୍ୱର – ଅଯୋଧ୍ୟା ଆସ୍ଥା ସ୍ପେଶାଲ ଟ୍ରେନ”। ରାମଲାଲାଙ୍କ ଦର୍ଶନ ପାଇଁ ରେଳବାଇ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରରୁ ଅଯୋଧ୍ୟା ମଧ୍ୟରେ ଚଳାଚଳ କରିଛି ଏହି ଟ୍ରେନ। ଏଥିରେ ୧୪ ଶହ ଶ୍ରଦ୍ଧାଳୁ ଅଯୋଧ୍ୟା ଯାଉଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପତାକା ହଲାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଆସ୍ଥା ସ୍ପେଶାଲ ଟ୍ରେନରେ ୨୦ଟି ସ୍ଲିପର କୋଚ୍ ଥିବା ବେଳେ ପ୍ରତି […]
ଭୁବନେଶ୍ୱର : ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କ ଦର୍ଶନାର୍ଥେ ଶୁଭାରମ୍ଭ ହେଲା ଭୁବନେଶ୍ୱର – ଅଯୋଧ୍ୟା ଆସ୍ଥା ସ୍ପେଶାଲ ଟ୍ରେନ”। ରାମଲାଲାଙ୍କ ଦର୍ଶନ ପାଇଁ ରେଳବାଇ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରରୁ ଅଯୋଧ୍ୟା ମଧ୍ୟରେ ଚଳାଚଳ କରିଛି ଏହି ଟ୍ରେନ। ଏଥିରେ ୧୪ ଶହ ଶ୍ରଦ୍ଧାଳୁ ଅଯୋଧ୍ୟା ଯାଉଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପତାକା ହଲାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି।
ଆସ୍ଥା ସ୍ପେଶାଲ ଟ୍ରେନରେ ୨୦ଟି ସ୍ଲିପର କୋଚ୍ ଥିବା ବେଳେ ପ୍ରତି କୋଚରେ ୭୨ଟି ସିଟ୍ ରହିଛି। ତେଣୁ ଏଥିରେ ୧୪ଶହରୁ ଅଧିକ ଲୋକ ଯାଇପାରିବେ। ଆଜି ଆସ୍ଥା ସ୍ପେଶାଲ ଟ୍ରେନରେ ଭୁବନେଶ୍ୱର ଓ ପୁରୀ ସଂସଦୀୟ କ୍ଷେତ୍ରର ଯାତ୍ରୀମାନେ ଯାତ୍ରା କରିଛନ୍ତି। ସେହିପରି ୯ ତାରିଖରେ କଟକ ସଂସଦୀୟ କ୍ଷେତ୍ରରୁ ରାମଭକ୍ତ ଅଯୋଧ୍ୟା ଯିବେ।




