ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀଯନ୍ତ୍ରୀ
ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଆଜି ସକାଳୁ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ଦିଲେଶ୍ଵର ମାଝୀଙ୍କ ୬ଟି ଠିକଣାରେ ଚଢ଼ାଉ କରୁଛି ଭିଜିଲାନ୍ସ । ଦିଲେଶ୍ଵର ମାଝୀଙ୍କ ଟିଟିଲାଗଡ଼ରେ ଥିବା ସରକାରୀ ବାସଭବନ, ଅଫିସ ସମେତ ସମ୍ବଲପୁର, ବ୍ରଜରାଜନଗର, ଝାରସୁଗୁଡାରେ ଥିବା ତାଙ୍କ ସଂପର୍କିୀୟଙ୍କ ଘରେ ରେଡ୍ ଚାଲିଛି। ଏହି […]
ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଆଜି ସକାଳୁ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ଦିଲେଶ୍ଵର ମାଝୀଙ୍କ ୬ଟି ଠିକଣାରେ ଚଢ଼ାଉ କରୁଛି ଭିଜିଲାନ୍ସ ।
ଦିଲେଶ୍ଵର ମାଝୀଙ୍କ ଟିଟିଲାଗଡ଼ରେ ଥିବା ସରକାରୀ ବାସଭବନ, ଅଫିସ ସମେତ ସମ୍ବଲପୁର, ବ୍ରଜରାଜନଗର, ଝାରସୁଗୁଡାରେ ଥିବା ତାଙ୍କ ସଂପର୍କିୀୟଙ୍କ ଘରେ ରେଡ୍ ଚାଲିଛି। ଏହି ଚଢ଼ାଉରେ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟରଙ୍କ ସହ ୨ ଜଣ ଏଏସଆଇ ଓ ଅନ୍ୟାନ୍ୟ ସହକାରୀ କର୍ମଚାରୀ ସାମିଲ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସଠିକ ତଥ୍ୟ ମିଳିପାରି ନାହିଁ ।




