ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ,୪ ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର R&Bର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଏନ. ଦିଲ୍ଲୀପ ଚୌଧୁରୀଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ବ୍ରହ୍ମପୁର ଏବଂ ଭୁବନେଶ୍ୱର ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଶନିବାର R&B ଡିଭିଜନ୍‌ ୧ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଉଛି । ଏନେଇ ବ୍ରହ୍ମପୁର ସ୍ପେସାଲ ଜଜ୍‌ଙ୍କ ଦ୍ୱାରା […]

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ,୪ ଟି ସ୍ଥାନରେ ଚାଲିଛି ଚଢ଼ାଉ
Samaya Live Picture
Published On

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର R&Bର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଏନ. ଦିଲ୍ଲୀପ ଚୌଧୁରୀଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ବ୍ରହ୍ମପୁର ଏବଂ ଭୁବନେଶ୍ୱର ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

ଶନିବାର R&B ଡିଭିଜନ୍‌ ୧ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଉଛି । ଏନେଇ ବ୍ରହ୍ମପୁର ସ୍ପେସାଲ ଜଜ୍‌ଙ୍କ ଦ୍ୱାରା ୱାରେଣ୍ଟ ଜାରି ହେବା ପରେ ଆରମ୍ଭ ହୋଇଛି ଚଢ଼ାଉ । ଦିଲ୍ଲୀପ ଚୋୖଧୁରୀଙ୍କର ବ୍ରହ୍ମପୁର ଧର୍ମନଗରରେ ରହିଛି ୨ BHK ଫ୍ଲାଟ ଏବଂ ମୟୂର ବିହାର ଗୋଟେ ଡବଲ ଷ୍ଟୋରେଡ ବିଲଡିଂ ସହ ଭୁବନେଶ୍ବର ସହିଦ ନଗରରେ ଥିବା ୩ BHK ଫ୍ଲାଟ ଉପରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା ଚଢାଉ ଜାରି ରହିଛି । ଏଥିରେ ୩ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଛନ୍ତି ।

Tags: