୪ ଦିନରେ ଶେଷ ହେଲା ବିଧାନସଭା ଶୀତ ଅଧିବେଶନ
ଭୁବନେଶ୍ୱର : ୩୦ଦିନ ବଦଳରେ ମାତ୍ର ୪ ଦିନରେ ଶେଷ ହେଲା ବିଧାନସଭା ଶୀତକାଳୀନ ଅଧିବେଶନ । ନଭେମ୍ବର ୨୧ରୁ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୩୦ ଯାଏ ଚାଲିଥାନ୍ତା। ଯେଉଁଥିରେ ୩୦ଟି କାର୍ଯ୍ୟ ଦିବସ ରହିଥିଲା । ହେଲେ ୨୬ ଦିନ ଆଗରୁ ଶେଷ ହେଲା ବିଧାନ ସଭାର ଶୀତକାଳୀନ ଅଧିବେଶନ। ୨୧ ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭା ମାତ୍ର ୪ ଦିନରେ ଶେଷ ହୋଇଛି I ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ଲାଗି ମୁଲତବୀ […]
ଭୁବନେଶ୍ୱର : ୩୦ଦିନ ବଦଳରେ ମାତ୍ର ୪ ଦିନରେ ଶେଷ ହେଲା ବିଧାନସଭା ଶୀତକାଳୀନ ଅଧିବେଶନ । ନଭେମ୍ବର ୨୧ରୁ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୩୦ ଯାଏ ଚାଲିଥାନ୍ତା। ଯେଉଁଥିରେ ୩୦ଟି କାର୍ଯ୍ୟ ଦିବସ ରହିଥିଲା । ହେଲେ ୨୬ ଦିନ ଆଗରୁ ଶେଷ ହେଲା ବିଧାନ ସଭାର ଶୀତକାଳୀନ ଅଧିବେଶନ। ୨୧ ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭା ମାତ୍ର ୪ ଦିନରେ ଶେଷ ହୋଇଛି I ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ଲାଗି ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଗୃହରେ ବିଶେଷ କିଛି କାର୍ଯ୍ୟ ନ ଥିବା ଦର୍ଶାଇ ଶୀତ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ଶାସକ ଦଳ ପ୍ରସ୍ତାବ ଦେଇଥିଲା। ଏହାକୁ ବାଚସ୍ପତି ଗ୍ରହଣ କରିଥିଲେ। ଏହି ୪ ଦିନ ମଧ୍ୟରେ ଗୋଟିଏ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିବା ବେଳେ ଗୋଟିଏ ବିଲ୍ ପାରିତ ହୋଇଛି। ଦୁଇ ଦିନ ଧରି ଆଦିବାସୀ ଜମି ହସ୍ତାନ୍ତରକୁ ନେଇ ପ୍ରବଳ ହୋ-ହଲ୍ଲା ହୋଇଥିଲା ।
ଅନ୍ୟପକ୍ଷରେ ବିରୋଧୀ ଦଳଙ୍କ ସହ ବିଚାରବିମର୍ଶ ନ କରି ଶାସକ ଦଳ ଏକତରଫା ଭାବେ ଗୃହକୁ ବନ୍ଦ କରିଦେଇଛି ବୋଲି ବିରୋଧୀ ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଅଧିବେଶନର ୪ଟି କାର୍ଯ୍ୟ ଦିବସ ମଧ୍ୟରେ ୩ଟି ସରକାରୀ ଓ ଗୋଟିଏ ବେସରକାରୀ କାର୍ଯ୍ୟ ଦିବସ ଥିଲା। ବିଧାନସଭା କାର୍ଯ୍ୟସୂଚୀ ଅନୁଯାୟୀ, ଅଧିବେଶନ ଡିସେମ୍ବର ୩୦ ଯାଏ ଚାଲିବାକୁ ଥିଲା । ଏଥିରେ ୩୦ କାର୍ଯ୍ୟ ଦିବସ ରହିଥିବା ବେଳେ ଏହାକୁ ଆଗୁଆ ବନ୍ଦକରି ଦିଆଯାଇଛି। ଏହି ଅଧିବେଶନରେ ୪ଟି ତାରକା, ୪୧୯ ଅଣତାରକା ପ୍ରଶ୍ନୋତ୍ତର ଗୃହରେ ଆଲୋଚନା ହୋଇଥିଲା। ସେହିପରି ଏହି ଅଧିବେଶନରେ ୧୭ଟି ବାର୍ଷିକ ରିପୋର୍ଟ,୫୪ ପେପର,ଗୋଟିଏ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଏବଂ ଗୋଟିଏ ବିଲ୍ ଗୃହରେ ଉପସ୍ଥାପନ କରାଯାଇଥିଲା।




