ନଭେମ୍ବର ୨୧ରେ ହେବ ବିଧାନସଭା ଉପବାଚସ୍ପତି ନିର୍ବାଚନ

ଭୁବନେଶ୍ୱର : ନଭେମ୍ବର ୨୧ରେ ହେବ ବିଧାନସଭା ଉପବାଚସ୍ପତି ନିର୍ବାଚନ । ୨୧ ତାରିଖ ସକାଳ ୯ଟା ୩୦ରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସମସ୍ତ ସଦସ୍ୟଙ୍କୁ ଚିଠି କରିଛନ୍ତି ବିଧାନସଭା ସଚିବ । ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ପଦବୀ । ନଭେମ୍ବର ୮ ତାରିଖରେ ଉପବାଚସ୍ପତି ରଜନୀକାନ୍ତ ସିଂହ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ସେ ନିଜର ଇସ୍ତଫାପତ୍ର ପ୍ରଦାନ […]

Samaya Live Picture
Published On

ଭୁବନେଶ୍ୱର : ନଭେମ୍ବର ୨୧ରେ ହେବ ବିଧାନସଭା ଉପବାଚସ୍ପତି ନିର୍ବାଚନ । ୨୧ ତାରିଖ ସକାଳ ୯ଟା ୩୦ରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସମସ୍ତ ସଦସ୍ୟଙ୍କୁ ଚିଠି କରିଛନ୍ତି ବିଧାନସଭା ସଚିବ । ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ପଦବୀ ।

ନଭେମ୍ବର ୮ ତାରିଖରେ ଉପବାଚସ୍ପତି ରଜନୀକାନ୍ତ ସିଂହ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ସେ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ । ୨୦୦୪ ମସିହାରୁ ରଜନୀକାନ୍ତ ସିଂ କ୍ରମାଗତ ଭାବେ ଅନୁଗୁଳ ବିଧାନସଭା ଆସନରୁ ଜିତି ଆସୁଥିଲେ । ୨୦୧୯ ଜୁନ୍‌ ମାସରୁ ସେ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ । ଦଳୀୟ ସଂଗଠନ ସହ ଦଳୀୟ କାର୍ଯ୍ୟ ପାଇଁ ସେ ଇସ୍ତଫା ଦେଇଥିବା କହିଥିଲେ ।

Tags: