ପୁରୀ ସର୍କିଟ ହାଉସରେ ବିଧାନସଭା ଷ୍ଟାଣ୍ଡିଂ କମିଟିର ବୈଠକ
ପୁରୀ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ଆଲୋଚନା । ପୁରୀ ସର୍କିଟ ହାଉସ ପରିସରରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ସଦସ୍ୟ ଉପସ୍ଥିତ ରହିଛନ୍ତି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସହିତ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଆଇନ୍ ବିଭାଗର କର୍ତ୍ତୃପକ୍ଷ ଉପସ୍ଥିତ ରହିଛନ୍ତି । ବୈଠକରେ ବିଭିନ୍ନ […]
ପୁରୀ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ଆଲୋଚନା । ପୁରୀ ସର୍କିଟ ହାଉସ ପରିସରରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ସଦସ୍ୟ ଉପସ୍ଥିତ ରହିଛନ୍ତି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସହିତ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଆଇନ୍ ବିଭାଗର କର୍ତ୍ତୃପକ୍ଷ ଉପସ୍ଥିତ ରହିଛନ୍ତି ।
ବୈଠକରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର ସଂରକ୍ଷଣ ଓ ମରାମତି ନେଇ ଏଏସ୍ଆଇ ସହ କମିଟି ଆଲୋଚନ ହେବ । ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଚାରି ପାଖରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ ଉପରେ ଏଏସଆଇ ସହ ଆଲୋଚନା। ଏହା ସହ କୋଠଭୋଗ ଦାନ ଯୋଜନା ଅନୁଦାନ, କର୍ମଚାରୀଙ୍କ ଦରମା ବାବଦରେ ଅନୁଦାନ,ରଥରେ ଭକ୍ତଙ୍କୁ ନ ଚଢାଇବା ପାଇଁ ଦଇତାପତିଙ୍କୁ କ୍ଷତିପୂରଣ ରାଶି ଉପରେ କମିଟି ଆଲୋଚନା କରିଛନ୍ତି ।




