ଆଜି ଠାରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଲା ସପ୍ତଦଶ ବିଧାନସଭାର ଶୀତକାଳୀନ ଦ୍ବିତୀୟ ଅଧିବେଶନ । ନଭେମ୍ବର ୨୬ରୁ ଆରମ୍ଭ ହୋଇ ଏହା ଡିସେମ୍ବର ୩୧ ଯାଏଁ ଚାଲିବ । ଅଧିବେଶନରେ ରହିଛି ୩୦ଟି କାର୍ଯ୍ୟଦିବସ । ବିଧାନସଭା କାର୍ଯ୍ୟସୂଚି ଅନୁସାରେ ପ୍ରଥମେ ଗୃହରେ ଦିବ୍ୟଗତଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯିବ । ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିବେ । ପରେ ପଞ୍ଚୟତରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ […]

Samaya Live Picture
Published On

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଲା ସପ୍ତଦଶ ବିଧାନସଭାର ଶୀତକାଳୀନ ଦ୍ବିତୀୟ ଅଧିବେଶନ । ନଭେମ୍ବର ୨୬ରୁ ଆରମ୍ଭ ହୋଇ ଏହା ଡିସେମ୍ବର ୩୧ ଯାଏଁ ଚାଲିବ । ଅଧିବେଶନରେ ରହିଛି ୩୦ଟି କାର୍ଯ୍ୟଦିବସ । ବିଧାନସଭା କାର୍ଯ୍ୟସୂଚି ଅନୁସାରେ ପ୍ରଥମେ ଗୃହରେ ଦିବ୍ୟଗତଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯିବ । ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିବେ । ପରେ ପଞ୍ଚୟତରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗର ପ୍ରଶ୍ନକାଳ ରହିଛି । ସରଗରମ ହେବ ଚଳିତ ଶୀତ ଅବେଶନ । ବିଧାନସଭାର ସୁପରିଚାଳନା ଲାଗି ଉଭୟ ବିରୋଧୀ ଓ ଶାସକ ଦଳର ସହମତି ଲୋଡ଼ିଲେ ବାଚସ୍ପତି ।

୩୦ଟି କାର୍ଯ୍ୟଦିବସର ଶୀତ ଅଧିବେଶନ ବେଶ ଲମ୍ବା ଚାଲିବାକୁ ଥିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ସବୁ ଦଳ ସହ କରିଛନ୍ତି ଆଲୋଚନା । ପୂର୍ବ ଅଧିବେଶନ ବେସ ସରଗରମ ରହିଥିଲା । କିନ୍ତୁ ଶୀତ ଅଧିବେଶନକୁ ସୁରୁଖୁରୁ କରିବା ପାଇଁ ଆଜି ସର୍ବଦଳୀୟ ବୈଠକ ଡାକି ସହଯୋଗ ଲୋଢ଼ିଥିଲେ ବାଚସ୍ପତି।

Tags: