ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ ରାଜ୍ୟ ସରକାରଙ୍କ ନୂଆ ଆଇନ

ଭୁବନେଶ୍ୱର:ବିଧାନସଭାରେ ଆଜି ପାରିତ ହେଲା ଓଡିଶା ସାର୍ବଜନୀନ ପରୀକ୍ଷା ବିଧେୟକ। ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀ ବିଧାନସଭାରେ ଏହି ବିଧେୟକ ଆଗତ କରିଥିଲେ। ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ଯ ସରକାର ଏହି ଆଇନ ଆଣିଛନ୍ତି । ଏହି ଆଇନ୍‌ରେ କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଛି। ଏହି ପ୍ରସ୍ତାବିତ ଆଇନରେ ଉଭୟ ଆର୍ଥିକ ଓ ଅପରାଧିକ ଦଣ୍ଡ ବ୍ୟବସ୍ଥାକୁ କଠୋର କରାଯାଇଛି। ଏହି ବିଧେୟକ ଅନୁସାରେ ରାଜ୍ଯରେ ଏଣିକି ପ୍ରଶ୍ନପତ୍ର ଲିକ ହେଲେ ଅତି କମରେ ପାଞ୍ଚରୁ […]

Samaya Live Picture
Published On

ଭୁବନେଶ୍ୱର:ବିଧାନସଭାରେ ଆଜି ପାରିତ ହେଲା ଓଡିଶା ସାର୍ବଜନୀନ ପରୀକ୍ଷା ବିଧେୟକ। ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀ ବିଧାନସଭାରେ ଏହି ବିଧେୟକ ଆଗତ କରିଥିଲେ। ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ଯ ସରକାର ଏହି ଆଇନ ଆଣିଛନ୍ତି । ଏହି ଆଇନ୍‌ରେ କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଛି। ଏହି ପ୍ରସ୍ତାବିତ ଆଇନରେ ଉଭୟ ଆର୍ଥିକ ଓ ଅପରାଧିକ ଦଣ୍ଡ ବ୍ୟବସ୍ଥାକୁ କଠୋର କରାଯାଇଛି।

ଏହି ବିଧେୟକ ଅନୁସାରେ ରାଜ୍ଯରେ ଏଣିକି ପ୍ରଶ୍ନପତ୍ର ଲିକ ହେଲେ ଅତି କମରେ ପାଞ୍ଚରୁ 10 ବର୍ଷ ଜେଲ ଓ ଏକ କୋଟି ଜରିମାନା ଦେବାକୁ ପଡିବ। ପୂର୍ବବର୍ଷ NEET ପରୀକ୍ଷାରେ ଅନିୟମିତତା ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିଲା । ତେଣୁ କେନ୍ଦ୍ର ସରକାର ଏପରି ଘଟଣାକୁ ରୋକିବା ପାଇଁ ଏକ ଆଇନ୍ ଆଣିଥିଲେ । 2024 ଫେବୃଆରୀରେ ଏହି ଆଇନ ସଂସଦରେ ପାରିତ ହୋଇଥିଲା। ଜୁନ 22, 2024ରୁ ଏହି ଆଇନ କାର୍ଯ୍ୟକାରୀ ହେଉଛି।
ଅନ୍ୟ କେତେକ ରାଜ୍ୟ ହରିଆଣା, ଆସାମ ଓ ମହାରାଷ୍ଟ୍ର ମଧ୍ୟ ଏହି ଆଇନ୍ ପ୍ରଣୟନ କରିଛନ୍ତି। କେନ୍ଦ୍ର ଆଇନ ଲାଗୁ ହେବା ପରେ ଆଜି ବିଧାନସଭାରେ ସେହିଭଳି ବିଧେୟକ ବିଧାନସଭାରେ ପାରିତ ହୋଇଛି। ସେପଟେ ଗୃହରେ ବିଧେୟକ ଆଗତ ବେଳେ ମୁଖ୍ୟମନ୍ତ୍ରୀ ଶସ୍ତା ବକ୍ତବ୍ୟ ରଖିଛନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।
ପୂର୍ବ ସରକାର ସମୟରେ ଚାକିରୀ ରାସ୍ତାଘାଟରେ ବିକ୍ରି ହେଉଥିଲା।ଏପରି ଶସ୍ତା ବିବୃତି ଦେଇ ଲୋକଙ୍କୁ ବିଭ୍ରାନ୍ତି ନ କରନ୍ତୁ। ନୂଆ ସରକାର ସେମାନଙ୍କୁ ଧରୁ ନାହାନ୍ତି କେଉଁଠି ଚାକିରୀ ବିକ୍ରି ହେଉଥିଲା ଓ କିଏ ବିକୁଥିଲା।

Tags: