ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ,ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ । ଏହା ଆସନ୍ତା ୨୫ତାରିଖ ଯାଏ ଚାଲିବ। ୧୭ ତମ ବିଧାନସଭାର ଚତୁର୍ଥ ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ଦିବ୍ୟଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ, ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ, ପ୍ରସନ୍ନ କୁମାର ପଟ୍ଟନାୟକ, କରେନ୍ଦ୍ର ମାଝୀ, ନିରଞ୍ଜନ ହେମ୍ବ୍ରମ, ପ୍ରଫୁଲ୍ଲ କୁମାର ଭଞ୍ଜ, ମହମ୍ମଦ ରଫିକଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । […]

ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ,ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
Samaya Live Picture
Published On

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ । ଏହା ଆସନ୍ତା ୨୫ତାରିଖ ଯାଏ ଚାଲିବ। ୧୭ ତମ ବିଧାନସଭାର ଚତୁର୍ଥ ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ଦିବ୍ୟଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ, ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ, ପ୍ରସନ୍ନ କୁମାର ପଟ୍ଟନାୟକ, କରେନ୍ଦ୍ର ମାଝୀ, ନିରଞ୍ଜନ ହେମ୍ବ୍ରମ, ପ୍ରଫୁଲ୍ଲ କୁମାର ଭଞ୍ଜ, ମହମ୍ମଦ ରଫିକଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏହାସହ ଓଡ଼ିଶା ପୁଲିସର ଲୋକନାଥ ଶବର ଏବଂ ଲକ୍ଷ୍ମଣ ମାଝୀଙ୍କ ବିୟୋଗରେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିବ ପରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ବିଧାନସଭାରେ ଶୋକ ପ୍ରସ୍ତାବ ନେଇ ନିଜ ନିଜର ମତ ରଖିଥିଲେ । ବିଧାନସଭାରେ ଶୋକପ୍ରସ୍ତାବ ଆଗତ ହେବା ପରେ ବିଧାନସଭାକୁ ମୁଲତବି ଘୋଷଣା କଲେ ବାଚସ୍ପତି ।

ଚଳିତ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରୁଛନ୍ତି। ସରକାରଙ୍କୁ ଗୃହରେ ଘେରିବା ପାଇଁ ବିରୋଧୀ ପୁରା ତୟାର। ମୁଖ୍ୟ ବିରୋଧୀ ବିଜେଡି ମହିଳା ସୁରକ୍ଷା, ସାର ଅଭାବ, ପଞ୍ଚାୟତ ବ୍ୟବସ୍ଥାରେ ଅଫିସରଙ୍କ କ୍ଷମତା ବୃଦ୍ଧି ଏବଂ ଓଡ଼ିଆ ଅସ୍ମିତାକୁ ମୁଖ୍ୟ ପ୍ରସଙ୍ଗ କରିବ। ଲୋକଙ୍କ ସ୍ଵର ସାଜି ବିଜେଡି ବିଜେପି ସରକାରକୁ ଘେରିବାକୁ ବିଧାୟକ ଦଳ ବୈଠକରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୁରୁମନ୍ତ୍ର ଦେଇଛନ୍ତି। ସେହିପରି କଂଗ୍ରେସ ଗଣଦୁଷ୍କର୍ମ ଓ ନାରୀ ହିଂସା, ସାର କଳାବଜାରୀ, ଛାତ୍ର ସଂସଦ ନିର୍ବାଚନ, ବେକାରୀ ଓ ଆଇନଶୃଙ୍ଖଳା ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରି ସରକାରଙ୍କୁ ଗୃହରେ ଘେରିବାକୁ ନିଷ୍ପତି ନେଇଛି।

Tags: