ଆଜି ଠାରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ

ଭୁବନେଶ୍ୱର : ଆଜିଠୁ ବିଧାନସଭା ବଜେଟ୍‌ କାଳୀନ ଅଧିବେଶନ ଆରମ୍ଭ ହେଉଛି । ମୋଟ ୨ ଟି ପର୍ଯ୍ୟାୟରେ ଚାଲିବ ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆସନ୍ତା ୨୪ ତାରିଖରେ ବଜେଟ ଉପସ୍ଥାପନ କରିବେ। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌‌ଙ୍କ ଅଭିଭାଷଣ ପରେ ଗୃହର ଅଧିବେଶନ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହା ରାଜ୍ୟ […]

Samaya Live Picture
Published On

ଭୁବନେଶ୍ୱର : ଆଜିଠୁ ବିଧାନସଭା ବଜେଟ୍‌ କାଳୀନ ଅଧିବେଶନ ଆରମ୍ଭ ହେଉଛି । ମୋଟ ୨ ଟି ପର୍ଯ୍ୟାୟରେ ଚାଲିବ ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆସନ୍ତା ୨୪ ତାରିଖରେ ବଜେଟ ଉପସ୍ଥାପନ କରିବେ। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌‌ଙ୍କ ଅଭିଭାଷଣ ପରେ ଗୃହର ଅଧିବେଶନ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ।

ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହା ରାଜ୍ୟ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ ହୋଇଥିବାବେଳେ ଏଥିରେ ଅନେକଗୁଡ଼ିଏ ନୂଆ ଘୋଷଣା ହୋଇପାରେ ବୋଲି ଆଲୋଚନା ହେଉଛି। ଏଥର ବଜେଟ ଆକାର ପ୍ରାୟ ୨ ଲକ୍ଷ ୨୦ ହଜାର କୋଟିରୁ ୨ ଲକ୍ଷ ୨୫ ହଜାର କୋଟି ଟଙ୍କା ମଧ୍ୟରେ ହୋଇପାରେ ।

ଅନ୍ୟପଟେ ଅଧିବେଶନ ସମୟରେ ଗୃହରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି କୁ ବିଜେପି ମୁଖ୍ୟ ପ୍ରସଙ୍ଗ କରିବା ସହିତ ଚାଷ ଓ ଚାଷୀ ଏବଂ ବେକାରୀ ସମସ୍ୟା ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କୁ ଘେରିବେ । ସେପଟେ ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ଶାସକ ଦଳ ବି ତୟାର । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆଚରଣ ଏବଂ ଉଚ୍ଚାରଣକୁ ନେଇ ବେଶ୍‌‌ କିଛିଦିନ ହେବ ରାଜ୍ୟ ରାଜନୀତି ଉଷ୍ମ ରହିଛି। ସେହିପରି ୫ କେଜି ଚାଉଳ କାଟ୍‌‌ ସହ କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରି ବିରୋଧୀଙ୍କୁ ଜବାବ ଦେବ ଶାସକ ଦଳ I ବିଭିନ୍ନ କେନ୍ଦ୍ରୀୟ ଅବହେଳାକୁ ନେଇ ଏଥର ଶାସକଦଳ ସଭ୍ୟମାନେ ଗୃହରେ ପ୍ରଭାବୀ ସ୍ୱର ଉଠାଇବାକୁ ଥିବାବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତାକୁ ମଧ୍ୟ ସମାନ ଭାବେ ଗୃହରେ ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି।

Tags: