ଶୋକ ପ୍ରସ୍ତାବ ପରେ ଆସନ୍ତା କାଲି ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ I ଡିସେମ୍ବର ୩୦ ତାରିଖ ଯାଏ ଚାଲିବ ଅଧିବେଶନ । ଚଳିତ ଅଧିବେଶନରେେ ରହିବ ମୋଟ୍ ୩୦ଟି କାର୍ଯ୍ୟଦିବସ । ବିଧାନସଭାର ଅଧିବେଶନ ଆରମ୍ଭ ପରେ ଗୃହରେ ଆଜି ଶୋକପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଶୋକ ପ୍ରସ୍ତାବ ସହ ଅନ୍ୟ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ପୂର୍ବତନ ଉପମନ୍ତ୍ରୀ ସରସ୍ୱତୀ […]

Samaya Live Picture
Published On

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ I ଡିସେମ୍ବର ୩୦ ତାରିଖ ଯାଏ ଚାଲିବ ଅଧିବେଶନ । ଚଳିତ ଅଧିବେଶନରେେ ରହିବ ମୋଟ୍ ୩୦ଟି କାର୍ଯ୍ୟଦିବସ । ବିଧାନସଭାର ଅଧିବେଶନ ଆରମ୍ଭ ପରେ ଗୃହରେ ଆଜି ଶୋକପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଶୋକ ପ୍ରସ୍ତାବ ସହ ଅନ୍ୟ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ପୂର୍ବତନ ଉପମନ୍ତ୍ରୀ ସରସ୍ୱତୀ ପ୍ରଧାନ, ପୂର୍ବତନ ସଦସ୍ୟ ଅଜୟ ଜେନା,ରବି ଦାସ, ପୂର୍ବତନ ସଦସ୍ୟ ଯୁଧିଷ୍ଠିର ସାମନ୍ତରାୟ, ପୂର୍ବତନ ଲାନସ ହାବିଲଦାର ସରୋଜ ଦାସ,ପୂର୍ବତନ କନଷ୍ଟେବଳ ପ୍ରକାଶ ଚନ୍ଦ୍ର ଶିଅଳଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ଶୋକ ପ୍ରସ୍ତାବକୁ ବିରୋଧୀଦଳ ମୁଖ୍ୟ ସଚେତକ,କଂଗ୍ରେସ ବିଧାୟକ ଦଳ ନେତା ସମର୍ଥନ କରିଛନ୍ତି। ଦିବଂଗତ ସଦସ୍ୟ ଓ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହକୁ ଆସନ୍ତାକାଲି ସକାଳ ସାଢେ ୧୦ଟା ଯାଏଁ ବାଚସ୍ପତି ପ୍ରମିଳା ମଲ୍ଲିକ ମୁଲତବି ଘୋଷଣା କରିଛନ୍ତି।

ବିଧାନସଭାରେ ଶୋକପ୍ରସ୍ତାବ ଆଗତ ବେଳେ କୋଶଳୀ ଭାଷାରେ ବିବୃତି ରଖିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିଧାନସଭାରେ ବିବୃତି ରଖୁଥିବା ବେଳେ ଉଭୟ କୋଶଳୀ ଭାଷା ଏବଂ ଓଡ଼ିଆ ଭାଷାରେ ବିବୃତି ରଖି ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇ ଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏହାପରେ ଆସନ୍ତାକାଲି ଦିନ ୧୦.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ହୋଇଛି ।

Tags: