ମହିଳା IIC ଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ

ଜଳେଶ୍ୱର : ଜୁଆ ଖେଳ ରୋକିବାକୁ ନେଇ ମହାଭାରତ I ଜୁଆ ଆଡ୍ଡା ଉପରେ ଚଢ଼ାଉ ବେଳେ ମହିଳା IICଙ୍କ ସହିତ ୪ ଜଣ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ I ରାତ୍ରି ପାଟ୍ରୋଲିଂ ବେଳେ ମହିଳା IIC ଙ୍କୁ ମାଡ଼ମାରି ଲହୁ ଲୁହାଣ କରିବା ସହିତ ଏକ ଘରେ ବନ୍ଦ କରିଦେଇଥିବା ସୂଚନା ମିଳିଛି I ଏଭଳି ଅଭାବନୀୟ ଘଟଣାଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ସାହାବାଜିପୁର ପଞ୍ଚାୟତ ଅନ୍ତର୍ଗତ ଉଦୟପୁର ଗାଁରେ I […]

Samaya Live Picture
Published On

ଜଳେଶ୍ୱର : ଜୁଆ ଖେଳ ରୋକିବାକୁ ନେଇ ମହାଭାରତ I ଜୁଆ ଆଡ୍ଡା ଉପରେ ଚଢ଼ାଉ ବେଳେ ମହିଳା IICଙ୍କ ସହିତ ୪ ଜଣ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ I ରାତ୍ରି ପାଟ୍ରୋଲିଂ ବେଳେ ମହିଳା IIC ଙ୍କୁ ମାଡ଼ମାରି ଲହୁ ଲୁହାଣ କରିବା ସହିତ ଏକ ଘରେ ବନ୍ଦ କରିଦେଇଥିବା ସୂଚନା ମିଳିଛି I ଏଭଳି ଅଭାବନୀୟ ଘଟଣାଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ସାହାବାଜିପୁର ପଞ୍ଚାୟତ ଅନ୍ତର୍ଗତ ଉଦୟପୁର ଗାଁରେ I

ସୂଚନାନୁସାରେ,ରବିବାର ବିଳମ୍ବିତ ରାତିରେ ତାଳସାରୀ ସାମୁଦ୍ରିକ ଥାନା IIC ଚମ୍ପାବତୀ ସୋରେନ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ପାଟ୍ରୋଲିଂରେ ବାହାରିଥିଲେ। ଏହି ସମୟରେ ସୀମାନ୍ତ ଉଦୟପୁର ଗାଁର ଏକ ଦୋକାନ ଖୋଲା ଥିବାରୁ ଜୁଆ ଖେଳ ଚାଲିଥିବା ସନ୍ଦେହରେ ତାକୁ ବନ୍ଦ କରିବାକୁ କହିଥିଲେ ସେ। ଏହି ସମୟରେ ଦୁର୍ବୃତ୍ତଙ୍କ ସହିତ IICଙ୍କର ଯୁକ୍ତି ତର୍କ ହୋଇଥିଲା I ପାଖାପାଖି ଶହେରୁ ଅଧିକ ପୁରୁଷ ଓ ମହିଳା ମିଶି ଥାନା ଆଇଆଇସି ଶ୍ରୀମତୀ ସୋରେନ୍‌ଙ୍କୁ ଘେରିଯାଇ ଟଣାଘୋଷରା କରିଥିଲେ। ଏହାପରେ କିଛି ବ୍ୟକ୍ତି ତାଙ୍କୁ ଜୋରଜବରଦସ୍ତ ଦୋକାନ ଘରେ ଭର୍ତ୍ତି କରିଦେଇଥିଲେ। ଥାନାର ଗାଡ଼ି ଚାଳକ ସୁଧାଂଶୁ ମହାନ୍ତି ଏହାକୁ ବିରୋଧ କରିବାରୁ, ସେମାନେ ତାଙ୍କୁ ମଧ୍ୟ ମାଡ଼ ମାରି ଲହୁଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ଜଳେଶ୍ବର ଏସ୍‌ଡିପିଓ ଦିଲ୍ଲୀପ କୁମାର ସାହୁ, ତାଳସାରୀ ସାମୁଦ୍ରିକ ଥାନାର ଅନ୍ୟ କର୍ମଚାରୀଙ୍କ ସହ ଭୋଗରାଇ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିଥି ଈସା ଙ୍କୁ ଉଦ୍ଧାର କରିବା ସହିତ ଘଟଣାରେ ସମ୍ପୃକ୍ତ ୨୦ ଜଣଙ୍କୁ ଆଣି ଥାନାରେ ଅଟକ ରଖିଛନ୍ତି I

Tags: