୨ ଦିନିଆ ଓଡିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେଠାରେ ତାଙ୍କୁ ସ୍ୱାଗତ କରାଯାଇଛି । ବିମାନ ବନ୍ଦରରୁ ସିଧା ପୁରୀ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଭୁବନେଶ୍ୱର ଫେରିଆସି କଳିଙ୍ଗ ଷ୍ଟାଡିୟମ୍ର ବ୍ୟାଡ଼ ମିଣ୍ଟନ ହାଇ ପରଫମାନ୍ସ ସେଣ୍ଟର ଉଦ୍ଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ । ତାଙ୍କ ସହିତ କଳିଙ୍ଗ […]
ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେଠାରେ ତାଙ୍କୁ ସ୍ୱାଗତ କରାଯାଇଛି । ବିମାନ ବନ୍ଦରରୁ ସିଧା ପୁରୀ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଭୁବନେଶ୍ୱର ଫେରିଆସି କଳିଙ୍ଗ ଷ୍ଟାଡିୟମ୍ର ବ୍ୟାଡ଼ ମିଣ୍ଟନ ହାଇ ପରଫମାନ୍ସ ସେଣ୍ଟର ଉଦ୍ଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ । ତାଙ୍କ ସହିତ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେ । ହିମନ୍ତ ବିଶ୍ୱଶର୍ମା ବ୍ୟାଡମିଣ୍ଟନ ଆସୋସିଏସନ ଅଫ୍ ଇଣ୍ଡିଆ ସଭାପତି ଅଛନ୍ତି । କାର୍ଯ୍ୟକ୍ରମ ପରେ ଆଜି ଏକ ଘରୋଇ ହୋଟେଲରେ ରାତ୍ରି ଯାପନ କରି ଆସନ୍ତାକାଲି ଆସାମ ଫେରିଯିବେ ହିମନ୍ତ ବିଶ୍ୱଶର୍ମା ।




