ବିଧାନସଭାରେ ASO ତାତି, ଗୃହ ମୁଲତବୀ
ଭୁବନେଶ୍ୱର : ବିଧାନସଭାରେ ଶନିବାର ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ ସ୍ଥିତି ଦେଖାଦେଇଛି । ଫଳରେ ବାଚସ୍ପତି ସୁରମା ପାଢୀ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ବିଧାନ ସଭାରେ ଦେଇଥିବା ବିବୃତ୍ତିକୁ ନେଇ ହଟ୍ଟଗୋଳ କରିଥିଲେ ବିରୋଧୀ । ବାଚସ୍ପତିଙ୍କ ପୋଡିୟମ୍ ତଳେ ବିଜେଡି ନେତାମାନେ ହୋହଲ୍ଲା, ନାରାବାଜି କରିବା ପରେ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ସୂଚନାନୁସାରେ, ଗତକାଲି ବିଧାନସଭାରେ ପ୍ରଶ୍ନପତ୍ର ନେଇ ସଂଶୋଧନ […]
ଭୁବନେଶ୍ୱର : ବିଧାନସଭାରେ ଶନିବାର ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ ସ୍ଥିତି ଦେଖାଦେଇଛି । ଫଳରେ ବାଚସ୍ପତି ସୁରମା ପାଢୀ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ବିଧାନ ସଭାରେ ଦେଇଥିବା ବିବୃତ୍ତିକୁ ନେଇ ହଟ୍ଟଗୋଳ କରିଥିଲେ ବିରୋଧୀ । ବାଚସ୍ପତିଙ୍କ ପୋଡିୟମ୍ ତଳେ ବିଜେଡି ନେତାମାନେ ହୋହଲ୍ଲା, ନାରାବାଜି କରିବା ପରେ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।
ସୂଚନାନୁସାରେ, ଗତକାଲି ବିଧାନସଭାରେ ପ୍ରଶ୍ନପତ୍ର ନେଇ ସଂଶୋଧନ ବିଲ ଆସିଥିଲା । ନିଯୁକ୍ତିରେ ଚଞ୍ଚକତା ଓ ASO ଚାକିରୀ ବିକ୍ରି କରାଯାଇଥିବା ନେଇ ଗୃହରେ କହିଥିଲେ ମୁଖ୍ୟମନ୍ତ୍ରୀ । ୨୫- ୩୦ ଲକ୍ଷ ଟଙ୍କାରେ ASO ଚାକିରି ବିକ୍ରି ହୋଇଥିଲା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଏହାକୁ ବିରୋଧ କରି ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରିବା ସହିତ ନାରାବାଜି କରିଥିଲେ। ମୁଖ୍ୟମନ୍ତ୍ରୀ ଏପରି କହିବା ଶୋଭନୀୟ ନୁହେଁ। କିଏ ଲାଞ୍ଚ ନେଇ ଚାକିରି ଦେଲା, ତଦନ୍ତ କରନ୍ତୁ। କିଏ ଲାଞ୍ଚ ନେଇଛନ୍ତି ଓ କିଏ ଲାଞ୍ଚ ନେଇ ଚାକିରି ପାଇଛନ୍ତି, ତାହା ସ୍ପଷ୍ଟ କରନ୍ତୁ। ନ ହେଲେ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେଡି। ବିଜେଡିର ହଟ୍ଟଗୋଳ ପରେ ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ବାଚସ୍ପତି ସୁରମା ପାଢୀ ମୁଲତବି ଘୋଷଣା କରିଥିଲେ।




