ଆଜି ଏଏସଆଇ ପକ୍ଷରୁ ଯାଞ୍ଚ ହେବ ରତ୍ନଭଣ୍ଡାର,ଖୋଲିପାରେ ଗୁପ୍ତ ସୁଡ଼ଙ୍ଗ ରହସ୍ୟ

ପୁରୀ : ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରାଯିବ । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଞ୍ଚ କରାଯିବ । ଏଥିଲାଗି ଉଭୟ ଶ୍ରୀମନ୍ଦିର ପ୍ରଶାସନ ଏବଂ ଏଏସ୍‌ଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ଓ ପ୍ରକ୍ରିୟା ସରିଛି। ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା (ଏସ୍‌ଓପି) ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ […]

Samaya Live Picture
Published On

ପୁରୀ : ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରାଯିବ । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଞ୍ଚ କରାଯିବ । ଏଥିଲାଗି ଉଭୟ ଶ୍ରୀମନ୍ଦିର ପ୍ରଶାସନ ଏବଂ ଏଏସ୍‌ଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ଓ ପ୍ରକ୍ରିୟା ସରିଛି। ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା (ଏସ୍‌ଓପି) ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌କୁ ସ୍ଥାନାନ୍ତର ହୋଇସାରିଛି। ସେହିପରି ଖାଲି ଆଲମିରା ଓ ସିନ୍ଦୁକଗୁଡ଼ିକୁ ସ୍ଥାନ୍ତାନ୍ତର କରାଯାଇସାରିଛି। ଏହାପରେ ଏଏସ୍‌ଆଇକୁ ସଂରକ୍ଷଣ ଓ ମରାମତି କାର୍ଯ୍ୟ ହାତକୁ ନେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲା।

ପୂର୍ଣ୍ଣାଙ୍ଗ ଅତ୍ୟାଧୁନିକ ତଥା ବୈଷୟିକ ଯାଞ୍ଚ ପରେ ଏଏସ୍‌ଆଇ ରତ୍ନଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ୟ ଅବିଳମ୍ବେ ସାରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ଅନୁରୋଧ କରିଛନ୍ତି। ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ନେଇ ଚର୍ଚ୍ଚା ଉଠିଥିବାବେଳେ ଏହି ଯାଞ୍ଚ ଦ୍ୱାରା ଗୁପ୍ତ ସୁଡ଼ଙ୍ଗ ଅଛି କି ନାହିଁ ତାହା ସ୍ପଷ୍ଟ ହେବ। ସେହିପରି ରତ୍ନଭଣ୍ଡାର ତଳେ ଗୁପ୍ତ କୋଠରୀ ରହିଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇପାରିବ।

ଅନ୍ୟପଟେ ଆଜି ଦିନ ଗୋଟାଏ ଠାରୁ ରତ୍ନଭଣ୍ଡାର ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ଯାଏଁ ସାଧାରଣ ଦର୍ଶନ ବ୍ୟବସ୍ଥା ବନ୍ଦ ରଖାଯାଇଛି । ସେହିପରି ମହାପ୍ରସାଦ କିଣିବାକୁ ଇଚ୍ଛୁକ ଥିବା ଭକ୍ତ ମାନେ ସିଂହଦ୍ୱାର ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହପ୍ରଦ କିଣି ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିପାରିବେ ।

Tags: