ସୂର୍ଯ୍ୟମନ୍ଦିର ଅନୁଧ୍ୟାନ କଲେ ଏଏସଆଇ ଟିମ

କୋଣାର୍କ : ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଅନୁଧ୍ୟାନ କଲେ ୬ ଜଣିଆ ଏଏସଆଇ ଟିମ । ଏଏସଆଇ ଏଡିଜି ଜାହ୍ନବୀ ଶର୍ମାଙ୍କ ନେତୃତ୍ୱରେ ଏଏସଆଇ ଟିମ ସୂର୍ଯ୍ୟମନ୍ଦିର ସ୍ଥିତି ପରଖିଛନ୍ତି । ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ଗର୍ଭଗୃହରୁ ବାଲିକଢା ପାଇଁ ସୂର୍ଯ୍ୟ ଘରେ ଲାଗିଥିବା ଲୁହ।ଵିମ ଓ ଷ୍ଟ୍ରକ୍ଚର ବୁଲି ଦେଖିଥିଲେ । ଆମିସକ୍ୟୁରି ରିପୋର୍ଟ ପରେ ସୂର୍ଯ୍ୟମନ୍ଦିରରୁ ବାଲି କଢ଼ାଯିବା ପାଇଁ ନିଷ୍ପତି ହୋଇଥିଲା । ଗର୍ଭଗୃହରୁ ବାଲି କାଢିବା ପାଇଁ ତିନି ବର୍ଷ ସମୟ […]

Samaya Live Picture
Published On

କୋଣାର୍କ : ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଅନୁଧ୍ୟାନ କଲେ ୬ ଜଣିଆ ଏଏସଆଇ ଟିମ । ଏଏସଆଇ ଏଡିଜି ଜାହ୍ନବୀ ଶର୍ମାଙ୍କ ନେତୃତ୍ୱରେ ଏଏସଆଇ ଟିମ ସୂର୍ଯ୍ୟମନ୍ଦିର ସ୍ଥିତି ପରଖିଛନ୍ତି । ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ଗର୍ଭଗୃହରୁ ବାଲିକଢା ପାଇଁ ସୂର୍ଯ୍ୟ ଘରେ ଲାଗିଥିବା ଲୁହ।ଵିମ ଓ ଷ୍ଟ୍ରକ୍ଚର ବୁଲି ଦେଖିଥିଲେ । ଆମିସକ୍ୟୁରି ରିପୋର୍ଟ ପରେ ସୂର୍ଯ୍ୟମନ୍ଦିରରୁ ବାଲି କଢ଼ାଯିବା ପାଇଁ ନିଷ୍ପତି ହୋଇଥିଲା । ଗର୍ଭଗୃହରୁ ବାଲି କାଢିବା ପାଇଁ ତିନି ବର୍ଷ ସମୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଦୁଇ ବର୍ଷ ହେବ କାମ ଆରମ୍ଭ ହୋଇଛି। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଉତ୍ତର-ପଶ୍ଚିମ କୋଣ ଓ ଦକ୍ଷିଣ ପଶ୍ଚିମ କୋଣରେ ମେକାନିକାଲ ୱାର୍କିଂ ପ୍ଲାଟଫର୍ମ ପ୍ରଥମ ଆଇରନ ସିଡି ନିର୍ମାଣ କାମ ଶେଷ ହୋଇଛି। ବାଲି କାଢିବା କାମ ସମୂର୍ଣ୍ଣ ବନ୍ଦ ରହିଥିବାରୁ ପ୍ଲାଟଫର୍ମ ନିର୍ମାଣ କାମ ପରେ ମନ୍ଦିରର ପଶ୍ଚିମ ଦ୍ୱାର ଦ୍ୱିତୀୟ ପିଢରେ ଗର୍ଭଗୃହକୁ ପ୍ରବେଶ ପାଇଁ ଏକ ଗର୍ତ୍ତ ଖୋଳାଯିବ। ସେହିବାଟରେ ଗର୍ଭଗହରୁ ବାଲି କଢାଯିବ।

Tags: