ଏଥର ସ୍ୱତନ୍ତ୍ର ଦିନରେ ସ୍ୱତନ୍ତ୍ର ସୁବିଧା

ଭୁବନେଶ୍ୱର: ଅପ୍ରେଲ ୧୮: ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଖୁସି ଖବର । ଏଥର ଏଏସଆଇ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳକୁ ସ୍ୱତନ୍ତ୍ର ଦିନରେ ମାଗଣା ଦର୍ଶନ ବ୍ୟବସ୍ଥା । ଦେଶର ଭିନ୍ନ ଭିନ୍ନ ପୁରାତନ କୀର୍ତ୍ତିରାଜୀକୁ ନିର୍ଦ୍ଦିଷ୍ଟ ଦିନରେ ଦେୟମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି । ନିର୍ଦ୍ଦେଶନାମା ଅନୁସାରେ ମାର୍ଚ୍ଚ ୮ ଆନ୍ତର୍ଜାତିକ ମହିଳା ଦିବସରେ ଦେଶର ସମସ୍ତ ଐତିହ୍ୟସ୍ଥଳକୁ ମାଗଣାରେ ପରିଦର୍ଶନ କରିହେବ ।ଏପ୍ରିଲ ୧୮ ବିଶ୍ୱ ଐତିହ୍ୟ ଦିବସରେ ମଧ୍ୟ ସମସ୍ତ ଐତିହ୍ୟସ୍ଥଳକୁ ବିନା […]

Samaya Live Picture
Published On

ଭୁବନେଶ୍ୱର: ଅପ୍ରେଲ ୧୮: ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଖୁସି ଖବର । ଏଥର ଏଏସଆଇ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳକୁ ସ୍ୱତନ୍ତ୍ର ଦିନରେ ମାଗଣା ଦର୍ଶନ ବ୍ୟବସ୍ଥା । ଦେଶର ଭିନ୍ନ ଭିନ୍ନ ପୁରାତନ କୀର୍ତ୍ତିରାଜୀକୁ ନିର୍ଦ୍ଦିଷ୍ଟ ଦିନରେ ଦେୟମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି । ନିର୍ଦ୍ଦେଶନାମା ଅନୁସାରେ ମାର୍ଚ୍ଚ ୮ ଆନ୍ତର୍ଜାତିକ ମହିଳା ଦିବସରେ ଦେଶର ସମସ୍ତ ଐତିହ୍ୟସ୍ଥଳକୁ ମାଗଣାରେ ପରିଦର୍ଶନ କରିହେବ ।ଏପ୍ରିଲ ୧୮ ବିଶ୍ୱ ଐତିହ୍ୟ ଦିବସରେ ମଧ୍ୟ ସମସ୍ତ ଐତିହ୍ୟସ୍ଥଳକୁ ବିନା ଟିକେଟରେ ପ୍ରବେଶ କରିହେବ । ଅନ୍ୟପଟେ ପ୍ରତିବର୍ଷ ନଭେମ୍ବର ୧୯ ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ଦେୟମୁକ୍ତ ରହିବ ଏଏସଆଇ ଦ୍ୱାରା ସଂରକ୍ଷିତ ସମସ୍ତ ଐତିହ୍ୟସ୍ଥଳ । ଶାମ୍ବ ଦଶମୀରେ ଗୋଟିଏ ଦିନ ଓ ମାଘ ସପ୍ତମୀରେ ଦୁଇ ଦିନ ଲାଗି କୋଣାର୍କ ସୂର୍ଯ୍ୟମନ୍ଦିର ଦର୍ଶକଙ୍କ ପାଇଁ ବିନା ଦେୟରେ ଖୋଲା ରହିବ ।ଭୁବନେଶ୍ୱର ରାଜାରାଣୀ ମନ୍ଦିର ଲାଗି ରାଜା ରାଣୀ ମ୍ୟୁଜିକ ଫେଷ୍ଟିଭାଲରେ ତିନି ଦିନ ଏବଂ ମୁକ୍ତେଶ୍ୱର ମନ୍ଦିର ଲାଗି ମୁକ୍ତେଶ୍ୱର ଡ୍ୟାନ୍ସ ଫେଷ୍ଟିଭାଲ ଅବସରରେ ଦୁଇ ଦିନ ଦର୍ଶନାର୍ଥୀଙ୍କ ପାଇଁ ଦେୟମୁକ୍ତ ରହିବ ବୋଲି ଏଏସଆଇ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।