ଆଶିଷ ସିଂ ସମ୍ପୂର୍ଣ୍ଣ ଫିଟ ,ହଟିଲା ଡି.ଏସ.କୁଟ୍ଟେଙ୍କ ନିଲମ୍ବନ
ଭୁବନେଶ୍ୱର : ଶାରୀରିକ ଓ ମାନସିକ ସ୍ତରରେ ଆଇପିଏସ ଆଶିଷ ସିଂ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି I ଏମ୍ସ ମେଡିକାଲ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି I ଆଶିଷ ସିଂ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ସୂଚନା ଦେଇଛନ୍ତି ECI I ଆଶିଷ ଦେଇଥିଲେ ଭୁଲ ତଥ୍ୟ। ଭୁଲ ତଥ୍ୟ ଦେଇଥିବାରୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ନିଜ ସ୍ୱାସ୍ଥ୍ୟକୁ ନେଇ ଭୁଲ ତଥ୍ୟ ଦେଇଥିବାରୁ ନିର୍ଦ୍ଦେଶ ଦେଇଛନ୍ତି ଇଲେକ୍ସନ କମିଶନ। ଏମ୍ସ ରିପୋର୍ଟ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ। କାରଣ […]
ଭୁବନେଶ୍ୱର : ଶାରୀରିକ ଓ ମାନସିକ ସ୍ତରରେ ଆଇପିଏସ ଆଶିଷ ସିଂ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି I ଏମ୍ସ ମେଡିକାଲ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି I ଆଶିଷ ସିଂ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ସୂଚନା ଦେଇଛନ୍ତି ECI I ଆଶିଷ ଦେଇଥିଲେ ଭୁଲ ତଥ୍ୟ। ଭୁଲ ତଥ୍ୟ ଦେଇଥିବାରୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ନିଜ ସ୍ୱାସ୍ଥ୍ୟକୁ ନେଇ ଭୁଲ ତଥ୍ୟ ଦେଇଥିବାରୁ ନିର୍ଦ୍ଦେଶ ଦେଇଛନ୍ତି ଇଲେକ୍ସନ କମିଶନ। ଏମ୍ସ ରିପୋର୍ଟ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ।
କାରଣ ଆଶିଷ ସିଂ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥିବା ଏମ୍ସ ମେଡିକାଲ ରିପୋର୍ଟରେ ଉଲ୍ଲେଖ ରହିଛି। ଆଶିଷ ଫିଟ୍ ଥିବା ECIଙ୍କୁ ଜଣାଇଲେ ଏମ୍ସ କର୍ତ୍ତୃପକ୍ଷ।
ସୂଚନାନୁସାରେ,ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଆଇପିଏସ ଆଶିଷ ସିଂ ମେ ୫ ତାରିଖରୁ ଛୁଟିରେ ଥିଲେ I ତେବେ ଛୁଟିରେ ଥାଇ ସେ ବିଜେଡି ପାଇଁ ନିର୍ବାଚନରେ ସହଯୋଗ କରୁଥିବାର ଅଭିଯୋଗ ହୋଇଥିଲା I ଅଭିଯୋଗ ପରେ ଭାରତୀୟ ନିର୍ବାଚନ କମିସନ ଏମ୍ସ ମେଡିକାଲ ବୋର୍ଡ ଗଠନ କରି ଆଇପିଏସ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଅନ୍ୟପଟେ ଆଇପିଏସ ଅଧିକାରୀ ଡିଏସ କୁଟ୍ଟେଙ୍କ ଉପରୁ ନିଲମ୍ବନ ହଟାଇଲେ ନିର୍ବାଚନ କମିଶନ। ସିଏମଓରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିବା ଡି.ଏସ କୁଟ୍ଟେ ଚଳିତ ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ କରୁଥିବା ଅଭିଯୋଗରେ ନିଲମ୍ବିତ କରାଯାଇଥିଲା । ଏବେ ତାଙ୍କ ନିଲମ୍ବନଙ୍କ ତତ୍କାଳ ହଟାଇ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ରିପୋର୍ଟ କରିବାକୁ କୁହାଯାଇଛି। । ନିଲମ୍ବନ ହଟିବା ପରେ ଆଗାମୀ ପୋଷ୍ଟିଂ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ ।




