ଅଗ୍ନିଵର୍ଷା ଜାରି, ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତ ହେଲାଣି କ୍ୟାପିଟାଲ ହସ୍ପିଟାଲ
ଭୁବନେଶ୍ୱର : ଏପ୍ରିଲ ଆରମ୍ଭରୁ କଲବଲ କଲାଣି ତାତି I ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ I ସକାଳ ୯ ଟାରୁ ଟାଇଁ ଟାଇଁ ମାରୁଛି ଖରା I ଗତକାଲି ସୁଦ୍ଧା ୪୨ ଡିଗ୍ରୀ ଛୁଇଁଥିଲା ଖରା I ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର। ଯାହାକୁ ନଜରରେ ରଖି ହିଟୱେଭ୍ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାସହ ରାଜ୍ୟରେ ଜାରି ରହିବ ଉଷ୍ମ ରାତିର ସ୍ଥିତି। ଗରମ ସହ […]
ଭୁବନେଶ୍ୱର : ଏପ୍ରିଲ ଆରମ୍ଭରୁ କଲବଲ କଲାଣି ତାତି I ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ I ସକାଳ ୯ ଟାରୁ ଟାଇଁ ଟାଇଁ ମାରୁଛି ଖରା I ଗତକାଲି ସୁଦ୍ଧା ୪୨ ଡିଗ୍ରୀ ଛୁଇଁଥିଲା ଖରା I ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର। ଯାହାକୁ ନଜରରେ ରଖି ହିଟୱେଭ୍ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାସହ ରାଜ୍ୟରେ ଜାରି ରହିବ ଉଷ୍ମ ରାତିର ସ୍ଥିତି। ଗରମ ସହ ଅନେକ ସ୍ଥାନରେ ୫୦ରୁ ୭୦ ପ୍ରତିଶତ ଆଦ୍ରତା ରହୁଛି। ଏନେଇ ଉଷ୍ମ ଓ ଆଦ୍ର ସ୍ଥିତି ୩ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ I ବାହାରକୁ ଯିବା ସମୟରେ ସାଙ୍ଗରେ ପାଣି ବୋତଲ, ଛତା, ଓଦା ଗାମୁଛା ନେବା ପାଇଁ କୁହାଯାଇଛି । ଯଦି ଖରାରେ ମୁଣ୍ଡ ବୁଲାଉଛି ତେବେ ପ୍ରାଥମିକ ଚିକିତ୍ସା ସ୍ୱରୂପ ପ୍ରଥମେ ଓଦା କପଡ଼ାରେ ମୁଣ୍ଡ ପୋଛିବା ସହ ,ଲେମ୍ୱୁ ଲୁଣ,ଚିନି ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ଶରୀରରୁ ଝାଳ ବାହାରିଲେ ସୋଡିୟମ ଲେବୁଲ କମି ଯାଏ । ତେଣୁ ଖରା ଦିନରେ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ।
ସେହିପରି ପ୍ରବଳ ଖରା ଓ ହିଟ ୱେଭ୍ ସ୍ଥିତିକୁ ଦେଖି ଅଂଶୁଘାତ ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲ ସଜାଗ ହୋଇଛି । ଅଂଶୁଘାତ ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲରେ ୧୦ ଟି ବେଡ଼୍ ମହଜୁଦ ରଖାଯାଇଛି । ଏହାସହ ଖରାର ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲ କ୍ୟାମ୍ପସ ମଧ୍ୟରେ ୩ ଟି ଓଆରଏସ କର୍ଣ୍ଣର ଖୋଲା ଯାଇଛି ଯେଉଁଠି ଓଆରଏସ ପାଣି ଦିଆ ଯାଉଛି ।




