ଚାଲିଛି ଭୋଟ ଗଣତି ପ୍ରାରମ୍ଭିକ ଟ୍ରେଣ୍ଡ ସୁଦ୍ଧା ବିଜେପି ଆଗୁଆ,ଶଙ୍ଖ ମହଲରେ ନୈରାଶ୍ୟ
ଭୁବନେଶ୍ୱର : ରାଜ୍ୟରେ ଚାଲିଛି ଭୋଟ ଗଣତି I ମଧ୍ୟାହ୍ନ ୧୨ ଟା ସୁଦ୍ଧା ରାଜ୍ୟରେ ବିଜେପି ଆଗୁଆ ରହିଛି I ଆଜିର ଫଳାଫଳକୁ ନେଇ ଶଙ୍ଖ ମହଲରେ ନୈରାଶ୍ୟ ଦେଖାଦେଇଛି I ସବୁଠାରୁ ଅଧିକ ନୈରାଶ୍ୟ ଆଣିଦେଇଛି ମୁଖ୍ୟମନ୍ତ୍ରୀ ଠିଆ ହୋଇଥିବା କଣ୍ଟାବାଞ୍ଜି ଆସନର ଫଳାଫଳକୁ ନେଇ I ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ୧୧୫୮ ଖଣ୍ଡ ଭୋଟ ପଛରେ ଅଛନ୍ତି I କଂଟାବାଞ୍ଜି ବିଧାନସଭା […]
ଭୁବନେଶ୍ୱର : ରାଜ୍ୟରେ ଚାଲିଛି ଭୋଟ ଗଣତି I ମଧ୍ୟାହ୍ନ ୧୨ ଟା ସୁଦ୍ଧା ରାଜ୍ୟରେ ବିଜେପି ଆଗୁଆ ରହିଛି I ଆଜିର ଫଳାଫଳକୁ ନେଇ ଶଙ୍ଖ ମହଲରେ ନୈରାଶ୍ୟ ଦେଖାଦେଇଛି I ସବୁଠାରୁ ଅଧିକ ନୈରାଶ୍ୟ ଆଣିଦେଇଛି ମୁଖ୍ୟମନ୍ତ୍ରୀ ଠିଆ ହୋଇଥିବା କଣ୍ଟାବାଞ୍ଜି ଆସନର ଫଳାଫଳକୁ ନେଇ I ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ୧୧୫୮ ଖଣ୍ଡ ଭୋଟ ପଛରେ ଅଛନ୍ତି I କଂଟାବାଞ୍ଜି ବିଧାନସଭା ଆସନରେ ୩ ରାଉଣ୍ଡ ଗଣତି ପରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ୧୧୫୮ ଖଣ୍ଡ ଭୋଟରେ ଆଗୁଆ ରହିଥିବା ଜଣା ପଡିଛି । ସେଠାରେ ପ୍ରଥମଥର ପାଇଁ ନବୀନଙ୍କୁ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି । ସେହିପରି ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ପ୍ରାର୍ଥୀ ବବି ଦାସଙ୍କ ଠାରୁ ଆଗରେ ଅଛନ୍ତି। ପଞ୍ଚମ ରାଉଣ୍ଡ ସୁଦ୍ଧା ୧ଲକ୍ଷ ୩୫ ହଜାର ୯୨୯ ଖଣ୍ଡ ମିଳିଛି। ଏହାକୁ ନେଇ ବିଜେପି କାର୍ଯ୍ୟାଳୟରେ ସବୁଠି ଖୁସିର ମାହୋଲ ଦେଖା ଦେଇଛି ।
ଆଗୁଆ/ବିଜୟୀ: ୧୪୭/ ମୋଟ:୧୪୭
ଦଳ ଆଗୁଆ ବିଜୟୀ ମୋଟ
ଭାଜପା ୭୫ ୦ ୭୫
ବିଜେଡି ୫୭ ୦ ୫୭
କଂଗ୍ରେସ ୧୨ ୦ ୧୨
ଅନ୍ୟାନ୍ୟ ୩ ୦ ୩




