ବରିଷ୍ଠ ପ୍ରଶାସକ ଅରବିନ୍ଦ ପାଢ଼ୀ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ : ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ I ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ବରିଷ୍ଠ ପ୍ରଶାସକ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ I ବଡ଼ ଠାକୁରଙ୍କ ଆଡ଼ପ ପହଣ୍ଡି ଅଘଟଣ ପରେ ବଡ଼ ଆକ୍ସନ ନେଇଛନ୍ତି ରାଜ୍ୟ ସରକାର। ଗୁରୁବାର ରାତିରେ ଆଇନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଅରବିନ୍ଦ ପାଢୀ ବର୍ତ୍ତମାନ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ରହିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ଶାସନ ସଚିବ ଭାବେ ତାଙ୍କୁ […]

Samaya Live Picture
Published On

ପୁରୀ : ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ I ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ବରିଷ୍ଠ ପ୍ରଶାସକ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ I ବଡ଼ ଠାକୁରଙ୍କ ଆଡ଼ପ ପହଣ୍ଡି ଅଘଟଣ ପରେ ବଡ଼ ଆକ୍ସନ ନେଇଛନ୍ତି ରାଜ୍ୟ ସରକାର। ଗୁରୁବାର ରାତିରେ ଆଇନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଅରବିନ୍ଦ ପାଢୀ ବର୍ତ୍ତମାନ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ରହିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ଶାସନ ସଚିବ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ୨୦୧୪ରେ ଶ୍ରୀ ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପାଦରେ ନିଯୁକ୍ତି ପାଇଥିଲେ I

ନିକଟରେ ବୀରବିକ୍ରମ ଯାଦବ ମେ ୨୨ରୁ ଜୁନ ୧୧ ପର୍ଯ୍ୟନ୍ତ ଛୁଟିରେ ଯାଇଥିବା ବେଳେ ଅରବିନ୍ଦ ପାଢୀଙ୍କୁ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ମିଳିଥିଲା । ବୀର ବିକ୍ରମ ଯାଦବ ଯୋଗାଣ ଓ ପୂର୍ତ୍ତ ବିଭାଗର ସଚିବ ରହିବା ସହ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ପାଇଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେବା ପରେ ଅରବିନ୍ଦ ପାଢ଼ୀ କହିଛନ୍ତି, ସବୁ ମହାପ୍ରଭୁଙ୍କ ଇଚ୍ଛା। କେମିତି ନୀତିକାନ୍ତି ଶୃଙ୍ଖଳିତ ହେବ ଏବଂ ମହାପ୍ରଭୁଙ୍କ ସଂସ୍କୃତିର କିଭଳି ଆହୁରି ପ୍ରଚାର ପ୍ରସାର ହେବ ତାହା ହିଁ ମୋର ପ୍ରାଥମିକତା ହେବ।

Tags: